ମାଲବାହୀ ଟ୍ରେନ୍ ର ୬ ବଗି ଲାଇନଚ୍ୟୁତ

179

କେନ୍ଦୁଝର: ମାଲବାହୀ ଟ୍ରେନ୍ ର ୬ ବଗି ଲାଇନଚ୍ୟୁତ ହୋଇଛି । ବଡ଼ବିଲ ଜୁରୁଡ଼ିରୁ ପାରାଦ୍ୱୀପ ଅଭିମୁଖେ ଯାଉଥିବା ମାଲବାହୀ ଟ୍ରେନ୍ ଆଜି ଅପରାହ୍ନରେ କେନ୍ଦୁଝର ଷ୍ଟେସନରେ ପ୍ରବେଶ କରିବା ପୂର୍ବରୁ ଏହାର ୬ଟି ବଗି ଲାଇନଚ୍ୟୁତ ହୋଇଛି । ଦୁର୍ଘଟଣା ପରେ ସମ୍ପୃକ୍ତ ରୁଟ୍ ରେ ରେଳ ଚଳାଚଳ ବ୍ୟାହତ ହୋଇଛି । ବିଭାଗୀୟ କର୍ମଚାରୀ ମାନେ ଘଟଣାସ୍ଥଳରେ ପହଂଚି ଟ୍ରାକ୍ ରୁ ବଗିକୁ ଉଠାଇବା କାର୍ଯ୍ୟ ଜାରୀ ରଖିଛନ୍ତି । ଚାଳକ ଟ୍ରାକ୍ ଚେଞ୍ଜ୍ କରୁଥିବା ବେଳେ ଦୁର୍ଘଟଣା ଘଟିଥିବା ଅନୁମାନ କରାଯାଉଛି ।

Leave A Reply

Your email address will not be published.