ବୁଗୁଡା: ବୁଗୁଡ଼ାରେ ଦ୍ଵିତୀୟ ପର୍ଯ୍ୟାୟ କୋଭିଡ ଟିକାଦାନର ପ୍ରଥମ ଦିନ ଫେବୃଆରୀ ୬ ତାରିଖ ଦିନ ୧୧୦ ଜଣଙ୍କୁ ଟୀକା ଦେବାକୁ ନିଷ୍ପତ୍ତି ନିଆଯାଇଥିବା ବେଳେ ୧୦୮ ଜଣ ଟୀକା ନେଇଛନ୍ତି। ବୁଗୁଡା ତହସିଲ, ବୁଗୁଡା ବ୍ଲକ ଓ ବୁଗୁଡା ପୋଲିସ ଥାନା ର ଅଧିକାରୀ ଓ କର୍ମଚାରୀ ମିଶାଇ ୧୧୦ ଜଣଙ୍କୁ ଦ୍ଵିତୀୟ ପର୍ଯ୍ୟାୟର ପ୍ରଥମ ଦିନ ଦେବାକୁ ନିଷ୍ପତ୍ତି ହୋଇ ଥିବା ବେଳେ କୋଭୋଡ଼ ଟିକାଦାନର ନୋଡାଲ ଅଫିସର ତହସିଲଦାର ସଂଗ୍ରାମ କେଶରୀ ଜେନା, ବୁଗୁଡା ବିଡ଼ିଓ ତନ୍ମୟ ପାତ୍ର ଓ ପୋଲିସ ଅଧିକାରୀ ବୃନ୍ଦଙ୍କ ସମେତ ତିନି କାର୍ଯ୍ୟାଳୟର କର୍ମଚାରୀ ବୃନ୍ଦ ମୋଟ ୧୦୮ ଜଣ କୋଭିଡ ଟୀକା ଦେଇଥିଲେ। ବୁଗୁଡା ଥାନା ଆଇଆଇସି ଚିତ୍ତରଞ୍ଜନ ବେହେରା ଅନ୍ୟତ୍ର କାର୍ଯ୍ୟରେ ଚାଲିଯାଇଥିବା ଯୋଗୁଁ ଟୀକା ଦେଇପାରି ନାହାଁନ୍ତି। ଦ୍ଵିତୀୟ ପର୍ଯ୍ୟାୟ ରେ ତିନି ଦିନରେ ୨୬୫ ଜଣଙ୍କୁ କୋଭିଡ ଟୀକା ଦେବାକୁ ସ୍ଥିର ହୋଇଥିବା ବେଳେ ପ୍ରଥମ ଦିନ ୧୦୮ ଜଣ ଦେଇଥିବା ବେଳେ ଅବଶିଷ୍ଟ ୧୫୭ ଜଣ ଦ୍ଵିତୀୟ ଓ ତୃତୀୟ ଦିନରେ ଟୀକା ନେବେ । ଦ୍ଵିତୀୟ ଦିନର ଟୀକା ଦାନ ଫେବୃୟାରୀ ୮ ତାରିଖରେ ବୁଗୁଡା ଏନଏସିର ଅଧିକାରୀ ଓ କର୍ମଚାରୀ ବୃନ୍ଦଙ୍କ ସହ ପାଞ୍ଚାୟତ ଲୋକ ପ୍ରତିନିଧି ଓ ପାଞ୍ଚାୟତ କର୍ମଚାରୀ ବୃନ୍ଦଙ୍କୁ ଦିଆଯିବ ବୋଲି ନୋଡାଲ ଅଫିସର ଶ୍ରୀ ଜେନା ପ୍ରକାଶ କରିଛନ୍ତି। ଆଜିର ଟିକାଦାନ କାର୍ଯ୍ୟ ବୁଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ମେଡ଼ିକାଲ ଅଫିସର ଡାକ୍ତର ଶୁଭାଶିଷ ପାଣିଗ୍ରାହୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପ୍ରଦାନ କରାଯାଇଥିବା ବେଳେ କୌଣସି ବ୍ୟକ୍ତିଙ୍କ ପାର୍ଶ୍ୱପ୍ରତିକ୍ରିୟା ଦେଖା ଯାଇନାହିଁ।
Sign in
Sign in
Recover your password.
A password will be e-mailed to you.