ପୁରୀ: ପୁରୀ ଜେଲ୍ ରେ ଜଣେ ବିଚାରାଧିନ କଏଦୀଙ୍କ ମୃତ୍ୟୁ ଘଟିଛି । ମୃତକଙ୍କ ନାମ ଶ୍ରୀଧର ଦାସ । ସେ ଅସୁସ୍ଥ ଅନୁଭବ କରିବାରୁ ଜେଲ୍ କର୍ତୃପକ୍ଷ ତାଙ୍କୁ ପୁରୀ ମେଡ଼ିକାଲରେ ଭର୍ତି କରିଥିଲେ । ହେଲେ ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏକ ଘରୋଇ ଗଣ୍ଡଗୋଳ ମାମଲାରେ ସେ ଗିରଫ ହୋଇ ଜେଲ୍ ରେ ବିଚାରଧିନ କଏଦୀ ଭାବେ ଥିଲେ ।
ଅନ୍ୟପକ୍ଷରେ ଶ୍ରୀଧରଙ୍କ ସ୍ୱାଭାବିକ୍ ମୃତ୍ୟୁ ଘଟିନାହିଁ ବରଂ ତାଙ୍କୁ ମାରି ଦିଆଯାଇଥିବା ଅଭିଯୋଗ ଆଣିଛନ୍ତି ଶ୍ରୀଧରଙ୍କ ପରିବାର ଲୋକେ ଓ ସମ୍ପର୍କୀୟ । ମୃତକଙ୍କ ପରିବାର ପକ୍ଷରୁ ଏନେଇ ରାମଚଣ୍ଡୀ ଥାନାରେ ଲିଖିତ ଅଭିଯୋଗ ପତ୍ର ଦାୟର୍ ହୋଇଛି । ତେବେ ଜାତୀୟ ମାନବାଧିକାର କମିଶନ (ଏନଏଚଆରସି) ଗାଇଡ୍ ଲାଇନ୍ ଅନୁସାରେ ମାମଲାର ତଦନ୍ତ ହେବ ବୋଲି କହିଛନ୍ତି ପୁରୀ ଏସପି ଡଃ. କେ. ବିଶାଲ ସିଂହ ।