କୋଲନରା: ମହାମାରୀ କରୋନା ସାରା ବିଶ୍ୱରେ ନିଜର କାୟା ବିସ୍ତାର କରି ପୃଥିବୀର ମାନଚିତ୍ରକୁ ନିଜ କବଳରେ ରଖି ପୃଥିବୀ ଇତିହାସରେ ମାନବ ଜାତି ପ୍ରତି ଛିନ୍ନଭିନ୍ନ କରି ପରିବାରଠୁ ପରିବାରକୁ ଦେଶ ଠାରୁ ବିଦେଶ ପର୍ଯ୍ୟନ୍ତ କେହି କାହାକୁ ସମ୍ପର୍କ ଯୋଡିବାରେ ଦୁଇ ଶହ ଦେଶକୁ ବିଛିନ୍ନ କରିବାରେ ମୁଖ୍ୟ ମହାମାରୀ ଥିଲା । ପୃଥିବୀ ପୃଷ୍ଠରୁ ମାନବ ସମାଜ ବିଲୁପ୍ତ ହୋଇଯିବା ଆଶଙ୍କା ନେଇ ପ୍ରତ୍ୟେକ ରାଷ୍ଟ୍ରର ପ୍ରଧାନ ମାନେ (ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତି) ନିଜ ନିଜର କୌଶଳକ୍ରମେ ପ୍ରଥମେ ଲକଡାଉନ ଓ ପରେ ସର୍ଟ ଡାଉନ ଘୋଷଣା କରି ସମସ୍ତ ପ୍ରକାରର ଯାତାୟାତରେ ପ୍ରତିବନ୍ଧକ ଲଗାଇ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ କରି ସମସ୍ତ ପରିବାର ଲୋକ ମାନଙ୍କୁ ନିଜ ନିଜର ଜୀବନ ରକ୍ଷା ପାଇଁ ନିଜେ ନିଜର ଦାୟିତ୍ୱର ସହ ରହି ଘରରୁ ବାହାରକୁ ନ ବାହାରିବା ପାଇଁ ନିର୍ଦ୍ଦେଶ ଜାରି କରି ମାନବ ସମାଜକୁ ବଞ୍ଚେଇବା ଉଦ୍ଦେଶ୍ୟରେ ସର୍ଟଡାଉନ ଓ ଲକଡାଉନ ଘୋଷଣା କରି ସମଗ୍ର ବିଶ୍ୱରେ ପ୍ରଧାନ ମାନେ ବିଶ୍ୱକୁ ଏକ ବାର୍ତ୍ତା ଦେଇଥିଲେ । ଏଥିମଧ୍ୟରେ ଯେକୌଣସି ସାଂସ୍କୃତିକ କାର୍ଯ୍ୟକ୍ରମ, ସାଙ୍ଗଠନିକ କାର୍ଯ୍ୟକ୍ରମ ବନ୍ଦ ହେଇଯିବାରୁ ବେପାରୁଆ, ଖୁଚୁରା ବେପାରୀ ନିଜ ନିଜର ଜୀବିକା ହରେଇବା ସହିତ ଆର୍ଥିକ ସ୍ଥିତିରେ ଦୁର୍ବଳ ହୋଇପଡ଼ିଥିଲେ । କିନ୍ତୁ ରାୟଗଡା ଜିଲ୍ଲା କୋଲନରା ବ୍ଲକ ଅଧିନସ୍ଥ ମୁକୁନ୍ଦପୁର ଗ୍ରାମର ପ୍ରେମାଲତା ମିଶ୍ର (୫୫) କରୋନାକୁ ଭୟଭୀତ ନକରି ଧର୍ଯ୍ୟର ସହ ପରିବାର ପ୍ରତିପୋଷଣ କରିବା ପାଇଁ ଅଣ୍ଟା ଭିଡି ଆଗେଇ ଆସିଥିଲେ । ପ୍ରେମାଲତା ମିଶ୍ର ନିଜର ଜ୍ଞାନ କୌଶଳରେ ବଡି, ପାମ୍ପଡ଼, ପିଡ଼ିଆ ବଡ଼ି, ଲେମ୍ବୁ ଆଚାର, ଟମାଟୋ ଆଚାର ସହ ଅନ୍ୟାନ୍ୟ ଜିନିଷ ତିଆରି କରି ଦୈନିକ ୨ ଶହରୁ ଅଢେଇଶହ ଟଙ୍କା ରୋଜଗାର କରି ପରିବାର ପ୍ରତିପୋଷଣ କରୁଛନ୍ତି । କିନ୍ତୁ ଦୁର୍ଭାଗ୍ୟର ବିଷୟ ଯେତିକି ସବୁ ଜିନିଷ ଦରକାରୀ ହେଉଛି ସେ ସବୁ ମୁକୁନ୍ଦପୁର ବଜାରରେ ଲିଆ, ରାଶି, ଲଙ୍କା, ବିରି ଓ ଲୁଣ, ମହଙ୍ଗା ବହୁତ ହେଉଥିବା ଯୋଗୁଁ ରୋଜଗାରରେ ବାଧା ଉପୁଜିଥିବା ସେ କହିଛନ୍ତି । ଯେହେତୁ ନିଜର ପିଲା ମାନଙ୍କୁ ଉନ୍ନତ ମାନର ଶିକ୍ଷା ମଧ୍ୟ ଦେଇପାରୁ ନାହୁଁ । କାରଣ ଅର୍ଥ ହିଁ ଆମକୁ ଦୁର୍ବଳ କରିଦେଉଛି । ଏଥିପ୍ରତି ଜିଲ୍ଲା ପ୍ରଶାସନ ଧ୍ୟାନ ଦେଇ ଆମ ସାହିରେ ଥିବା ସମସ୍ତ ମହିଳା ମାନଙ୍କୁ ପ୍ରୋତ୍ସାହନ ଦେଲେ ଅବା ଉନ୍ନତ ମାନର ତାଲିମ ଦେଲେ ଆମ ସାହିର ମାଆ ମାନେ ସ୍ୱାବଲମ୍ବୀ ହେଇପାରିବେ ବୋଲି ଶ୍ରୀମତୀ ମିଶ୍ର କହିଛନ୍ତି ।
Sign in
Sign in
Recover your password.
A password will be e-mailed to you.