ଚମୋଲୀ ବିପର୍ଯ୍ୟୟରେ ଉଦ୍ଧାର କାର୍ଯ୍ୟ ପାଇଁ ନିଜର ମ୍ୟାଚ୍ ଫି’ ଦେବେ କ୍ରିକେଟର ଋଷଭ ପନ୍ତ

138

ନୂଆଦିଲ୍ଲୀ: ଉତ୍ତରାଖଣ୍ଡର ଚମୋଲୀରେ ଗ୍ଲାସିୟର ଫାଟିବା ଘଟଣା ନେଇ ଭାରତୀୟ କ୍ରିକେଟ ଟିମର ଯୁବ ଖେଳାଳି ଋଷଭ ପନ୍ତ  ଉଦ୍ଧାର କାର୍ଯ୍ୟ ପାଇଁ ନିଜର ମ୍ଯାଚ ଫି ଦେବେ ବୋଲି ଘୋଷଣା କରିଛନ୍ତି ।

ପନ୍ତ ଟୁଇଟରରେ ଲେଖିଛନ୍ତି ଯେଉତ୍ତରାଖଣ୍ଡରେ ଲୋକଙ୍କ ମୃତ୍ୟୁ ନେଇ ଗଭୀର ଆଘାତ ପାଇଛି । ମୁଁ ମୋର ମ୍ୟାଚର ଫି’ ଉଦ୍ଧାର କାର୍ଯ୍ୟରେ ଦେବାକୁ ନିଷ୍ପତ୍ତି ନେଇଛି । ଏଥି ସହିତ ଅନ୍ୟମାନେ ମଧ୍ୟ ଏହି ସହାୟତା କାର୍ଯ୍ୟରେ ନିଜକୁ ଯୋଡନ୍ତୁ ବୋଲି ପନ୍ତ ଅପିଲ କରିଛନ୍ତି ।

ଟିମ ଇଣ୍ଡିଆର ୱିକେଟକିପର ବ୍ୟାଟ୍ସମ୍ୟାନ ଋଷଭ ପନ୍ତ ଏବେ ଚେନ୍ନାଇରେ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ମ୍ୟାଚ ଖେଳୁଛନ୍ତି । ଏଠାରେ ସେ ପ୍ରଥମ ପାଳିରେ ଭଲ ପ୍ରଦର୍ଶନ କରିଛନ୍ତି । ପନ୍ତ ୮୮ଟି ବଲ ଖେଳି ୯୧ ରନ କରିଛନ୍ତି । ଏଥିରେ ୫ଟି ଚୌକା ମଧ୍ୟ ସାମିଲ ଅଛି । ସୂଚନାଯୋଗ୍ୟପନ୍ତ ହରିଦ୍ୱାରରେ ଜନ୍ମଗ୍ରହଣ କରିଥିଲେ ଏବଂ ସେ ଉତ୍ତରାଖଣ୍ଡ ନିବାସୀ ଅଟନ୍ତି ।

Leave A Reply

Your email address will not be published.