ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ବିଦ୍ୟାଳୟଗୁଡିକରେ ଆଜିଠାରୁ ଆରମ୍ଭ ହୋଇଛି ପାଠପଢା

134
ଭୁବନେଶ୍ୱର: ପରିବର୍ତୀତ କୋଭିଡ଼ ଗାଇଡଲାଇନ ଅନୁଯାୟୀ  ସୋମବାର ଠାରୁ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଅଧିନରେ ଥିବା ସ୍ୱତନ୍ତ୍ର ବିଦ୍ୟାଳୟଗୁଡିକରେ ନବମ ଓ ଏକାଦଶ ଶ୍ରେଣୀର ପାଠପଢା କାର୍ଯ୍ୟ ନିୟମିତ ଭାବରେ ଆରମ୍ଭ ହୋଇଛି ।  ଶୁକ୍ରବାର ଦିନ  ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ଏ ନେଇ ସୂଚନା ଦିଆ ଯାଇଥିଲା ।
ମିଳିଥିବା ସୂଚନା ଅନୁସାରେ ମୁହଁରେ ମାସ୍କ ପିନ୍ଧିବା, ସାମାଜିକ ଦୁରତ୍ୱ ବଜାୟ ରଖିବା ଏବଂ ସାନିଟାଇଜର ବ୍ୟବହାର କରିବା ବାଧ୍ୟତାମୂଳକ କରାଯାଇଛି । ସେହିପରି ବିଭାଗ ଅଧୀନରେ ଥିବା ହଷ୍ଟେଲଗୁଡିକ ମଧ୍ୟ ଆସନ୍ତା ୮ ତାରିଖରୁ କୋଭିଡ଼ ମାର୍ଗଦର୍ଶିକା ଭିତିରେ ଖୋଲିବ । ପତ୍ୟେକ ଛାତ୍ରଛାତ୍ରୀ, ହଷ୍ଟେଲ ପରିଚାଳକ ଓ କର୍ମଚାରୀ ଏହି ସୁରକ୍ଷା ନିୟମାବଳୀକୁ ଅନୁପାଳନ କରିବେ ।
ଆହୁରି ମଧ୍ୟ ପ୍ରକାଶ ଯେ, ବାଲେଶ୍ୱର, କଟକ, ଗଞ୍ଜାମ, କଳାହାଣ୍ଡି, କୋରାପୁଟ, କେନ୍ଦୁଝର, ପୁରୀ, କନ୍ଧମାଳ, ସୁନ୍ଦରଗଡ ଏବଂ ଖୋର୍ଦ୍ଧା ଜିଲ୍ଲାରେ ଥିବା ୧୬ଟି ବିଦ୍ୟାଳୟ ଏବଂ ଭୁବନେଶ୍ୱରଠାରେ ଥିବା ଏକ ଉଚ୍ଚତର ମାଧ୍ୟମିକ ବିଦ୍ୟାଳୟକୁ ସାନିଟାଇଜ୍ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଅଛି । ତତସହିତ ନିୟମିତ ରୂପେ ବିଦ୍ୟାଳୟ ଏବଂ ହଷ୍ଟେଲଗୁଡିକର ପରିଚାଳନା, ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ଉପସ୍ଥାନ, ଯାଂଚ କରିବା ଇତ୍ୟାଦି ବ୍ୟବସ୍ଥାକୁ କଡାକଡି ଅନୁପାଳନ କରିବା ପାଇଁ ସଂପୃକ୍ତ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀମାନଙ୍କୁ ବିଭାଗୀୟ ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ନିର୍ଦ୍ଦେଶ ଦେଇଛନ୍ତି । ଏତଦବ୍ୟତୀତ ଜିଲ୍ଲାସ୍ତରରେ ଅତିରିକ୍ତ ଜିଲ୍ଲାପାଳ ଏବଂ ଉପଜିଲ୍ଲାପାଳଙ୍କ ଦ୍ୱାରା କୋଭିଡ଼ ନିୟମର ଅନୁପାଳନ ସମ୍ପର୍କିତ ବ୍ୟବସ୍ଥାକୁ ଯାଂଚ କରିବା ପାଇଁ ଜିଲ୍ଲାପାଳମାନଙ୍କୁ ପରାମର୍ଶ ଦିଆଯାଇଛି ।
Leave A Reply

Your email address will not be published.