କୋଏଲ୍ ନଦୀରୁ ତିନି ନାବାଳକଙ୍କ ମୃତଦେହ ଉଦ୍ଧାର: ପାଣିରେ ବୁଡ଼ି ମୃତ୍ୟୁ ସନ୍ଦେହ

149

ରାଉରକେଲା:  କୋଏଲ୍ ନଦୀର ବୈକୁଣ୍ଠ ଘାଟ ନିକଟରେ ଆଜି ଅପରାହ୍ନରେ ତିନି ଜଣ ନାବାଳକଙ୍କ ମୃତଦେହ ଭାସୁଥିବା ଦେଖିବାକୁ ମିଳିଛି । ନଦୀ କୂଳରେ ସାର୍ଟ ଓ ଚପଲ ରଖାଯାଇଥିବାରୁ ପାଣିରେ ବୁଡ଼ି ଏମାନଙ୍କର ମୃତ୍ୟୁ ଘଟିଥିବା ସନ୍ଦେହ କରାଯାଉଛି । ପୋଲିସ ନିକଟରୁ ଖବର ପାଇ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଂଚି ପାଣିରୁ ମୃତ ତିନି ନାବାଳକଙ୍କ ଶବ ଉଦ୍ଧାର କରିଛନ୍ତି । ତେବେ ସେମାନଙ୍କର ପରିଚୟ ମିଳିପାରିନାହିଁ । ପୋଲିସ ପକ୍ଷରୁ ଏନେଇ ଅଧିକ ତଦନ୍ତ ଜାରୀ ରହିଛି ।

Leave A Reply

Your email address will not be published.