ପ୍ରଶାସନ ସାମୟିକ ଭାବେ ସନ୍ ହସ୍ପିଟାଲ୍ କୁ ବନ୍ଦ କଲା

162
ଭୁବନେଶ୍ୱର: କଟକ ବିଜୁ ପଟ୍ଟନାୟକ ସ୍ଥିତ ସନ୍ ହସ୍ପିଟାଲ୍‌କୁ  ଜିଲ୍ଲା ପ୍ରଶାସନ  ସାମୟିକ ଭାବେ ବନ୍ଦ କରି ଦେଇଛନ୍ତି ।   କଟକ ଜିଲ୍ଲାପାଳ ଭବାନୀଶଙ୍କର ଚୟନ ଏହି  ସୂଚନା ଦେଇଛନ୍ତି ।
ଏଠାରେ ଅଗ୍ନିକାଣ୍ଡ ପରେ ହସ୍ପିଟାଲ୍ କର୍ତୃପକ୍ଷଙ୍କୁ ଶୋ’ କଜ୍ ନୋଟିସ୍ ହୋଇଥିଲା । ତେବେ ସନ୍ତୋଷଜନକ ଉତର ନ ମିଳିବାରୁ ସାମୟିକ ଭାବେ ପ୍ରଶାସନ ପକ୍ଷରୁ ହସ୍ପିଟାଲ୍‌କୁ ବନ୍ଦ କରି ଦିଆଯାଇଥିବା ସୂଚନା ଦିଆ ଯାଇଛି ।
ଅଗ୍ନି ନିରାପତା ଆଇନ୍ ଖିଲାପ କରିବା ସହ ବେଆଇନ୍ ଭାବେ ଚାଲିଥିବାରୁ ଏହାକୁ ବନ୍ଦ କରି ଦିଆଯିବାକୁ ନିଷ୍ପତି ନିଆଯାଇଥିବା ଜିଲ୍ଲାପାଳ କହିଛନ୍ତି ।
ଉଲ୍ଲେଖନୀୟ ଯେ   ଫେବୃଆରୀ ୧ ତାରିଖ ଅପରାହ୍ଣରେ ‘ସନ୍ ହସ୍ପିଟାଲ୍‌’ରେ ନିଆଁ ଲାଗି ଯାଇଥିଲା । ହସ୍ପିଟାଲ୍‌ର ପଂଚମ ମହଲାଟି ସମ୍ପୂର୍ଣ୍ଣ ଜଳିପୋଡ଼ି ଧ୍ୱଂସ ହୋଇ ଯାଇଥିଲା । ଘଟଣାସ୍ଥଳରେ ୭ଟି ଅଗ୍ନିଶମ ଗାଡ଼ି ଓ ୫୦ ଜଣ କର୍ମଚାରୀ ପହଂଚି ନିଆଁକୁ ଆୟତ କରିଥିଲେ ।
Leave A Reply

Your email address will not be published.