ପାଞ୍ଚଟି ଦେଶର ରାଷ୍ଟ୍ରଦୂତ ଭିଡିଓ କନଫରେନ୍ସ ମାଧ୍ୟମରେ ରାଷ୍ଟ୍ରପତିଙ୍କୁ ପ୍ରଦାନ କଲେ ପରିଚୟପତ୍ର

143

ନୂଆଦିଲ୍ଲୀ: ରାଷ୍ଟ୍ରପତି ଶ୍ରୀ ରାମ ନାଥ କୋବିନ୍ଦ ଏଲ ସାଲଭାଡୋରପାନାମାଟ୍ୟୁନିସିଆବ୍ରିଟେନ ଏବଂ ଆର୍ଜେଣ୍ଟିନାର ରାଷ୍ଟ୍ରଦୂତ / ଉଚ୍ଚାୟୁକ୍ତଙ୍କ ପରିଚୟପତ୍ର ଗ୍ରହଣ କରିଛନ୍ତି । ଯେଉଁମାନେ ପରିଚୟପତ୍ର ଉପସ୍ଥାପନ କରିଥିଲେ ସେମାନେ ହେଲେ :

୧. ମହାମହିମ ଶ୍ରୀ ଗୁଏଲର୍ମୋ ରୁବିଓ ଫୁନ୍ସସାଲଭାଡୋର ରାଷ୍ଟ୍ରଦୂତ

୨. ମହାମହିମ ଶ୍ରୀମତୀ ୟାସିଲ ଏଲିନ୍ସ ବୁରିଲୋ ରିଭେରାପାନାମା ରାଷ୍ଟ୍ରଦୂତ

୩. ମହାମହିମ ଶ୍ରୀମତୀ ହାୟେତ ତଲବିଟ୍ୟୁନିସିଆ ରାଷ୍ଟ୍ରଦୂତ

୪. ମହାମହିମ ଶ୍ରୀ ଆଲେକ୍ସ ଏଲିସବ୍ରିଟେନ ଉଚ୍ଚାୟୁକ୍ତ

୫. ମହାମହିମ ଶ୍ରୀ ହୁଗୋ ଜାଭିଏର ଗୋବିଆର୍ଜେଣ୍ଟିନା ରାଷ୍ଟ୍ରଦୂତ

ଏହି ଅବସରରେ ନିଜର ସମ୍ବୋଧନ କାଳରେ ରାଷ୍ଟ୍ରଦୂତମାନଙ୍କୁ ସେମାନଙ୍କ ନିଯୁକ୍ତି ପାଇଁ ରାଷ୍ଟ୍ରପତି ଶୁଭକାମନା ଜଣାଇଥିଲେ । ସେ କହିଥିଲେ ଯେଏହି ପାଞ୍ଚଟି ଦେଶ ସହିତ ଭାରତ ତାହାର ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କକୁ ଉପଭୋଗ କରୁଛି ଏବଂ ଶାନ୍ତି ଓ ସମୃଦ୍ଧିର ଏକ ସାଧାରଣ ଦୃଷ୍ଟିକୋଣରେ ଆମର ସମ୍ପର୍କ ଗଭୀର ଭାବରେ ଗଢି ଉଠିଛି । ଜାତିସଂଘ ସୁରକ୍ଷା ପରିଷଦର 2021-22 କାର୍ଯ୍ୟକାଳ ପାଇଁ ଅସ୍ଥାୟୀ ଆସନ ପାଇଁ ଭାରତର ପ୍ରାର୍ଥୀତ୍ଵକୁ ସମର୍ଥନ ଜଣାଇଥିବାରୁ ରାଷ୍ଟ୍ରପତି ସେମାନଙ୍କ ସରକାରଙ୍କୁ ଧନ୍ୟବାଦ ଜଣାଇଥିଲେ ।  

ରାଷ୍ଟ୍ରପତି କୋବିନ୍ଦ କହିଥିଲେ ଯେଆମର ସାମୂହିକ ସ୍ୱାସ୍ଥ୍ୟ ଏବଂ ଅର୍ଥନୈତିକ ସ୍ଥିରତାକୁ  ସୁନିଶ୍ଚିତ କରିବା ପାଇଁ କୋଭିଡ-୧୯ ଉପରେ ଏକ ନିର୍ଣ୍ଣାୟକ ତଥା ସମନ୍ୱିତ ପ୍ରତିକ୍ରିୟା ସୃଷ୍ଟି କରିବା ଦିଗରେ ବିଶ୍ୱର ପ୍ରଚେଷ୍ଟାରେ ଭାରତ ସବୁଠାରୁ ଆଗରେ ରହିଛି । ସେ ଆହୁରି କହିଥିଲେ ଯେଭାରତ ସରକାରଙ୍କ ଟୀକାକରଣ ମୈତ୍ରୀ ପଦକ୍ଷେପ ଅନୁଯାୟୀ ଭାରତରେ ପ୍ରସ୍ତୁତ ଟୀକା ଅନେକ ଦେଶରେ ପହଞ୍ଚିସାରିଛିଯାହା “ଫାର୍ମାସି ଅଫ୍ ୱାର୍ଲ୍ଡ” ଭାବରେ ଆମର ପ୍ରତିଷ୍ଠାକୁ ପୁଣି ମଜବୁତ କରିପାରିଛି ।

ଭାରତ ସହିତ ଥିବା ସେମାନଙ୍କ ଦେଶର ଦୃଢ ସହଭାଗୀତା ଏବଂ ଭାରତ ସହ ସମ୍ପର୍କକୁ ମଜବୁତ କରିବା ପାଇଁ ସେମାନଙ୍କ ନେତୃତ୍ୱର ପ୍ରତିବଦ୍ଧତାକୁ ବକ୍ତବ୍ୟ କାଳରେ ରାଷ୍ଟ୍ରଦୂତମାନେ ସୂଚିତ କରିଥିଲେ । ଅନ୍ତର୍ଜାତୀୟ ସମୁଦାୟକୁ କୋଭିଡ-୧୯ ଟୀକା ଯୋଗାଇବାରେ ଭାରତର ଉଦ୍ୟମକୁ ମଧ୍ୟ ପ୍ରଶଂସା କରିଥିଲେ ।

Leave A Reply

Your email address will not be published.