ଅଭିଯୁକ୍ତଙ୍କୁ ୫ ଦିନିଆ ରିମାଣ୍ଡରେ ନେବାକୁ ଆବେଦନ କଲା ପୋଲିସ୍

169
-ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣା 
ଭୁବନେଶ୍ୱର: ଭୁବନେଶ୍ୱରରେ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣାରେ ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ଓ ଚନ୍ଦୁଙ୍କୁ ଶୁକ୍ରବାର କୋର୍ଟରେ ହାଜର କରାଇଛି କମିଶନରେଟ୍ ପୋଲିସ୍ । ଏଥିସହ ସେମାନଙ୍କୁ ୫ ଦିନିଆ ରିମାଣ୍ଡରେ ନେବାକୁ ଆବେଦନ କରିଛି ପୋଲିସ୍ । ଏହି ଦୁଇ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେବା ପରେ ହତ୍ୟାକାଣ୍ଡ ସଂପର୍କରେ ଅଧିସ୍ପଚରାଉଚରା କରିବ ।
ଉଲ୍ଲେଖ୍ୟଯୋଗ୍ୟ ଯେ ଗତ ୪ ତାରିଖରେ ଭରତପୁର-ଚନ୍ଦକା ରାସ୍ତାର ଦାସପୁର ପାଖରେ ଜଣେ ଅଚିହ୍ନା ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ପଡ଼ିଥିଲା । ଗତକାଲି ପୋଲିସ୍ କମିଶନର ସୁଧାଂଶୁ ଷଡଙ୍ଗୀ ସାମ୍ବାଦିକ ସମ୍ମିଳନୀରେ ମହିଳାଙ୍କ ପରିଚୟ ଜଣାଇବା ସହ ୨ ଅଭିଯୁକ୍ତଙ୍କ ସମ୍ପର୍କରେ ସୂଚନା ଦେଇଥିଲେ । ୨ ଅଭିଯୁକ୍ତଙ୍କୁ ପଚରାଉଚରା ପରେ ପୋଲିସ୍ ସେମାନଙ୍କୁ ଘଟଣାସ୍ଥଳକୁ ନେଇ ସିନ୍ ରିକ୍ରିଏଟ୍ କରାଇଥିଲା । ପରେ ମହିଳାଙ୍କ ମୁଣ୍ଡ ମିଳିଥିଲା ବୋଲି ସେ କହିଥିଲେ । ମୃତ ମହିଳା ଜଣକ ହେଲେ ପୁଷ୍ପଲତା ରାଉଳ(୨୮) , ଘର ଭୁବନେଶ୍ୱର ଧିରିକୁଟି ବସ୍ତିରେ । ବିବାହକୁ ନେଇ ବିବାଦ ପରେ ଅଭିଯୁକ୍ତ ସଂଜୟ ପୁଷ୍ପଲତାଙ୍କ ତଂଟିଚିପି ହତ୍ୟା କରିଥିବା ସିପି କହିଥିଲେ । ହତ୍ୟା କରିବା ପରେ ପ୍ର୍ରମାଣ ନଷ୍ଟ ପାଇଁ ସାଙ୍ଗ ଚନ୍ଦୁ ଓରଫ୍ ଶ୍ରୀକାନ୍ତ ଦାସ ସହଯୋଗ କରିଥିଲା ।
Leave A Reply

Your email address will not be published.