ବନ୍ଦ ହେବାକୁ ବସିଲାଣି କମାରଶାଳ, ଜୀବିକା ହରାଇଲେଣି କମାର ପରିବାର

179

ବୈପାରିଗୁଡା: କଥାରେ ଅଛି ବୃତ୍ତି ମୋର ପୋଷେ କୁଟୁମ୍ୱ । ମାତ୍ର ଯଦି ବୃତ୍ତି ପ୍ରଭାବିତ ହୁଏ ତେବେ ତେଲଲୁଣ ସଂସାର ସହ କୁଟୁମ୍ବ ସମ୍ଭାଳିବା ବୋଝ ଭଳି ମନେହୁଏ । ଯୁଗ ବଦଳୁଛି ଆଉ ଏହା ସହିତ ବଦଳିବାରେ ଲାଗିଛି କିଛି ପାରମ୍ପରିକ ଜୀବିକା । ଯାହାଫଳରେ କି ଆଜି ଅନେକ କୌଳିକ ବୃତ୍ତି ଲୋପ ପାଇବାକୁ ବସିଲାଣି । ଅନ୍ୟସବୁ କୌଳିକ ବୃତ୍ତି ପରି ଚାଷୀମାନଙ୍କ ହାତ ବାରିଶି ସାଜୁଥିବା କମାର ଶାଳ ହଜିବାକୁ ବସିଲାଣି ।ଦିନ ଥିଲା, ପ୍ରତେକ ଗାଁରେ କମାରଶାଳ ଦେଖିବାକୁ ମିଳୁଥିଲା ।

ଚାଷୀମାନେ ତାଙ୍କର ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ଲୁହା, କୋଦାଳ, ଲଙ୍ଗଳ, ଶଗଡ଼ ବଳା, କୁରାଢ଼ି, ଧାନକଟା ଦା’ ପାଇଁ କମାରଶାଳାର କାରିଗର ଉପରେ ନିର୍ଭର କରିବାକୁ ପଡୁଥିଲା ।ଯାହା ଫଳରେ କମାର ମାନେ ଲୁହା ଜିନିଷ ବିକ୍ରି କରି ନିଜ ପରିବାର ପ୍ରତିପୋଷଣ କରୁଥିଲେ । କେଉଁ ଆବାହମାନ କାଳରୁ ଏହି କୌଳିକ ବୃତ୍ତି ଚାଲି ଆସୁଥିଲା କିନ୍ତୁ ଏବେ ଟ୍ରାକ୍ଟର ପାୱାର ଟିଲର ଭଳି ଆତ୍ୟାଧୁନିକ ମେସିନ ପ୍ରତି ଲୋକପ୍ରିୟତା ଦିନଦିନକୁ ବଢ଼ିବାରେ ଲାଗିଛି ।ଯାହାଫଳରେ ପୂର୍ବପୁରୁଷ ଧରି କରି ଆସୁଥିବା ଏହି କମାର କାମ ଆଜି ବୁଡି ଯିବାକୁ ବସିଲାଣି ।

କମାରଶାଳ ଚଳାଇବା ପାଇଁ ଆବଶ୍ୟକ ହେଉଥିବା କାଠ କୋଇଲା କିଣିବାକୁ ପଡୁଥିବା ବେଳେ, ଏହା ବର୍ତମାନ ମହଙ୍ଗା ହେବା ସହ ସହଜରେ ଉପଲବ୍ଧ ମଧ୍ୟ ହେଉ ନାହିଁ । ଯାହା ଫଳରେ କମାରଶାଳ ଚଳାଇବା କଷ୍ଟକର ହୋଇ ପଡୁଛି ।ଅନ୍ୟପଟେ ପୂର୍ବଭଳି ଗ୍ରାହକଙ୍କ ଭିଡ଼ ପରିଲକ୍ଷିତ ହେଉନଥିବାରୁ ଆଶାଜନକ ବେପାର ମଧ୍ୟ ହୋଇପାରୁ ନାହିଁ ।ଦିନକୁ ଦିନ ଅତ୍ୟାନୁଧିକ କୃଷି ଉପକରଣର ଚାହିଦା ବୃଦ୍ଧି ପାଉଥିବାରୁ କମାରଶାଳର କାରିଗର ହାତବାନ୍ଧି ବସିଛନ୍ତି ।ଏହି ବିଲୁପ୍ତ ହେବାକୁ ବସିଥିବା କମାରଶାଳର କାରିଗରମାନଙ୍କୁ ପ୍ରୋତ୍ସାହନ ଦେଇ ସରକାର ଏହି କଳାକୁ ବଂଚାଇ ନରଖିଲେ ଆଗାମୀ ଦିନରେ, କମାରଶାଳ ଇତିହାସର ପୃଷ୍ଠାରେ ରହିଯିବ ।

Leave A Reply

Your email address will not be published.