ପାଠକ ବାପପୁଅ ପୁଣି ଝାରପଡ଼ା ଜେଲ୍ କୁ ଫେରିଲେ

126
ଗଞ୍ଜାମ: ବରିଷ୍ଠ ଆଇଏଫଏସ ଅଧିକାରୀ ଅଭୟକାନ୍ତ ପାଠକ ଓ ପୁଅ ଆକାଶ ପାଠକଙ୍କୁ ଦିନିକିଆ ରିମାଣ୍ଡରେ ନେଇ ଗୋଳନ୍ଥରା ଥାନା ପୋଲିସ ପଚରା ଉଚୁରା ପରେ ଆଜି ପୂର୍ବାହ୍ନରେ ବ୍ରହ୍ମପୁର ଏସଡ଼ିଜେଏମ୍ କୋର୍ଟରେ ହାଜର କରିଥିଲା । ପରେ ସେଠାରୁ ତାଙ୍କୁ ପୁଣି ଥରେ ଭୁବନେଶ୍ୱର ସ୍ଥିତ ଝାରପଡ଼ା ଜେଲ୍ କୁ ନିଆଯାଇଥିବା ଜଣାପଡିଛି ।
ଏଠାରେ ଉଲ୍ଲେଖଯୋଗ୍ୟ, ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ମାମଲାରେ ବାପାପୁଅଙ୍କୁ ଯୋଡି ଗୋଳନ୍ଥରା ପୋଲିସ ତିନୋଟି ଠକେଇ ମାମଲା ରୁଜ୍ଜୁ କରିଥିଲା । ବାପା ଅଭୟଙ୍କ ନାମରେ ଗୋଟିଏ ଓ ପୁଅ ଆକାଶଙ୍କ ନାମରେ ଦୁଇଟି ମାମଲା ରହିଛି । ଏଣୁ ଏନେଇ ପଚରା ଉଚୁରା ଲାଗି ଉଭୟଙ୍କୁ ରିମାଣ୍ଡରେ ନେଇଥିଲା ପୋଲିସ ।
Leave A Reply

Your email address will not be published.