କୁଲାଡ଼ି ଗ୍ରାମରେ ପହଂଚିଲେ ପ୍ରଶାସନିକ ଅଧିକାରୀ

149
ଗଞ୍ଜାମ: ଓଡ଼ିଶା-ଆନ୍ଧ୍ର ସୀମାନ୍ତ ପାତ୍ରପୁର ବ୍ଳକ୍ ଅନ୍ତର୍ଗତ କୁଲାଡ଼ି ଗ୍ରାମରେ ପହଂଚିଛନ୍ତି ପ୍ରଶାସନିକ ଅଧିକାରୀ । ବ୍ରହ୍ମପୁର ଉପଜିଲ୍ଲାପାଳ ଓ ପାତ୍ରପୁର ବିଡ଼ିଓ ଘଟଣାସ୍ଥଳରେ ପହଂଚି ସ୍ଥିତିର ଅନୁଧ୍ୟାନ କରୁଛନ୍ତି । ଗାଁ ଲୋକଙ୍କ ସୁବିଧା ଅସୁବିଧା ବାବଦରେ ପଚାରି ବୁଝୁଛନ୍ତି ।
ଏଠାରେ ଉଲ୍ଲେଖଯୋଗ୍ୟ, ଆଜି ସେହି ଅଂଚଳରେ ଆନ୍ଧ୍ରପ୍ରଦେଶର ପଚାଂୟତ ନିର୍ବାଚନ ନିମନ୍ତେ ଭୋଟ୍ ଗ୍ରହଣ ହୋଇଥିବାରୁ ପ୍ରଶାସନିକ ଅଧିକାରୀଙ୍କ ଗସ୍ତ ରହିଥିବା ଜଣାପଡିଛି । ଆନ୍ଧ୍ର ସରକାର ସମ୍ପୃକ୍ତ ଅଂଚଳକୁ ନିଜର ଅଂଚଳ ବୋଲି ଦର୍ଶାଉଥିବାରୁ ଏବଂ ନିର୍ବାଚନ କରାଉଥିବାରୁ ସ୍ଥିତି ଅନୁଧ୍ୟାନ ପାଇଁ ଜିଲ୍ଲା ପ୍ରଶାସନ ସେଠାରେ ପହଂଚି ସ୍ଥିତି ଅନୁଧ୍ୟାନ କରିଛନ୍ତି । ଅନ୍ୟପକ୍ଷରେ କୁଲାଡ଼ି ଗାଁରେ କିଛି ଆନ୍ଧ୍ର ଭୋଟର ଥିବାରୁ ବିବାଦ ଲାଗିରହିଛି ।
Leave A Reply

Your email address will not be published.