ମାଲକାନଗିରି: ମାଲକାନଗିରି ଜିଲ୍ଲା କୁଡୁମୁଲୁଗୁମ୍ମା ସ୍ଥିତ ଡାରଉଇନ ଡିଗ୍ରୀ ମହାବିଦ୍ୟାଳୟର ଛାତ୍ର ଛାତ୍ରୀଙ୍କ ଦ୍ୱାରା ଆରମ୍ଭ କରାଯାଇଛି ସଡକ ସୁରକ୍ଷା ସଚେତନତା ସୃଷ୍ଟି ଅଭିଯାନ । ଆଜିର କାର୍ଯ୍ୟକ୍ରମ ରେ ଓର୍କେଲ ଥାନାଧିକାରୀ ସୌମେନ୍ଦ୍ର ଶେଖର ତ୍ରିପାଠୀ ,କୁଡୁମୁଲୁଗୁମ୍ମା ଫାଣ୍ଡି ଅଧିକାରୀ ଗିରିଶ ଚନ୍ଦ୍ର ମହାରଣା ଓ ମହାବିଦ୍ୟାଳୟର ଅଧ୍ୟକ୍ଷ ଅଶୋକ କୁମାର ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ଛାତ୍ର ଛାତ୍ରୀ ମାନଙ୍କୁ ସଡକ ସୁରକ୍ଷା ଅନ୍ତର୍ଗତ ବିଭିନ୍ନ ନିୟମାବଳୀ ଉପରେ ଆଲୋକପାତ କରିଥିଲେ । ଶ୍ରୀ ତ୍ରିପାଠୀ ସମସ୍ତଙ୍କୁ କହିଥିଲେ ଯେ ବର୍ତ୍ତମାନ ଆବେଦନ ପ୍ରକ୍ରିୟା ଆହୁରି ସରଳ ହେବା ଅନଲାଇନରେ କିପରି ଡି.ଏଲ ଆବେଦନ କରିପାରିବେ ଏ ବିଷୟରେ ସବିଶେଷ ତଥ୍ୟ ପ୍ରଦାନ କରିଥିଲେ । ଏହାପରେ ସମସ୍ତ ଛାତ୍ର ଛାତ୍ରୀ ମାନେ ପୋଷ୍ଟର ବ୍ୟାନର ମାଧ୍ୟମରେ ବିଭିନ୍ନ ସଚେତନତା ବାର୍ତ୍ତା ବହନ କରୁଥିବା ସ୍ଲୋଗାନ ଦେଇ ନଗର ପରିକ୍ରମା କରିଥିଲେ! ଅଭିଯାନ ସମୟରେ ଯେଉଁ ଚାଳକ ମାନେ ହେଲମେଟ ଓ ସିଟବେଲ୍ଟ ପିନ୍ଧି ଗାଡ଼ି ଚଳାଇଛନ୍ତି ସେମାନଙ୍କୁ ପୋଲିସ ତରଫରୁ ଗୋଲାପ ଫୁଲ ଓ ଚକୋଲେଟ ଦେଇ ସମ୍ବର୍ଧିତ କରିଥିଲେ । ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ ଓ ଅଧ୍ୟାପିକା ଙ୍କ ସହ ପ୍ରଭାକର ସୁନା,ଗଣେଶ ପଟ୍ଟନାୟକ,ବାଳକୃଷ୍ଣ ପ୍ରଧାନ,ଦିବାକର ସୁନା, ଭଗବାନ ସାହୁ, ହୃଷୀକେଶ ସେଠୀ, ବାପୁଜୀ ସ୍ୱାଇଁ,ଜ୍ୟୋତି ର°ଜନ ବେହେରା ଓ ଅଶୋକ ଆଡ୍ୟ ପ୍ରମୁଖ ଉପସ୍ଥିତ ରହି ଅଭିଯାନଟିକୁ ପରିଚାଳନା କରାଇଥିଲେ ।
Sign in
Sign in
Recover your password.
A password will be e-mailed to you.