ସାମ୍ବାଦିକଙ୍କୁ ମାଓବାଦୀଙ୍କ ଟାର୍ଗେଟ, ବିଭିନ୍ନ ମହଲରେ ନିନ୍ଦା

135

ମାଲକାନଗିରି: ମାଓବାଦୀ ଏବେ ଔଷଧ ବିକଳରେ ତାଟିଆ କାମୁଡ଼ିବାରେ ଲାଗିଛନ୍ତି । ବର୍ତ୍ତମାନ ମାଓ ସଂଗଠନ ପୋଲିସକୁ ଛାଡି  ଏବେ ସାମ୍ବାଦିକ ଓ ସମାଜସେବୀଙ୍କୁ ଟାର୍ଗେଟ କରିବା ଆରମ୍ଭ କରିଦେଇଛନ୍ତି । ଗତକାଲି ପ୍ରେସ ବିଜ୍ଞପ୍ତିରେ ସିଧାସଳଖ ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ସୁକମା ଜିଲ୍ଲାର ସମାଜସେବୀ ତଥା ସାମ୍ବାଦିକ ଫାରୁକ ଅଲ୍ଲୀ ଏବଂ ଲିଲାଧର ରାଠୀଙ୍କୁ ହତ୍ୟା କରାଯିବା ନେଇ ପ୍ରେସ ବିଜ୍ଞପ୍ତିରେ ପ୍ରକାଶ କରିଛନ୍ତି । ନକ୍ସଲ ୨୦୧୩ ମସିହାରେ ଟାଇଗର-୧ କଂଗ୍ରେସ ନେତା ମହେନ୍ଦ୍ର କର୍ମାକୁ ହତ୍ୟା କରିବା ପରେ ଏବେ ଟାଇଗର-୨ ଭାବେ ଫାରୁକ ଅଲ୍ଲୀଙ୍କୁ ଟାର୍ଗେଟ କରିଛି । ପ୍ରକାଶ ଥାଉକି ଫାରୁକ ଅଲ୍ଲୀ ହେଉଛନ୍ତି ସୁକମା ଅଂଚଳର ଆଗଧାଡିର ସମାଜସେବୀ। ସେ ନକ୍ସଲ ବିରୋଧୀ ଅଭିଯାନ ସୁକମା ଅଂଚଳରେ ଚଳାଇଛନ୍ତି । ନକ୍ସଲଙ୍କୁ ସମର୍ଥନ ନକରିବା ପାଇଁ ଲୋକଙ୍କୁ ସେ ପ୍ରବର୍ତ୍ତାଉଛନ୍ତି ।

ପୁଲିସକୁ ସହଯୋଗ କରୁଥିବାରୁ ତାଙ୍କୁ ନକ୍ସଲ ଟାର୍ଗେଟ କରିଛନ୍ତି। ଜନ ଆନ୍ଦୋଳନକୁ ଦବାଇବା ପାଇଁ  ସାମ୍ବାଦିକ ଏବଂ ସମାଜସେବୀମାନଙ୍କୁ ସରକାର ଏବଂ ପ୍ରଶାସନ ଆଗକୁ ଆଣୁଛି ବୋଲି ମାଓବାଦୀ  ଅଭିଯୋଗ କରିଛନ୍ତି । ମାଓ  ବିରୋଧରେ ସଲବା ଜୁଡୁମ,ଶାନ୍ତିସେନା,ଅଗ୍ନି ଭଳି ପ୍ରତିକ୍ରାନ୍ତିକାରୀ ସଂଗଠନକୁ  ବିରୋଧ କରିବା ସହ ଏଥିରେ ଜଡିତ ଥିବା ସମାଜସେବୀମାନଙ୍କୁ ସେମାନେ  ଟାର୍ଗେଟ କରିଛନ୍ତି । ଏଥିସହ କେନ୍ଦ୍ର ସରକାରଙ୍କର ବିଭିନ୍ନ ନୀତିକୁ ବିରୋଧ କରିବା ସହ ପୁଲିସର ସମାଧାନ ଅଭିଯାନକୁ ବିରୋଧ କରି, ପୁଞ୍ଜିପତି କୋରପୋରେଟମାନଙ୍କୁ ସରକାର ସୁହାଇଲା ଭଲି ନିୟମ କରୁଛନ୍ତି ।

ଆତ୍ମନିର୍ଭରଶୀଳ ନୀତି କହି ମିଥ୍ୟାରେ କିଛି ଲୋକଙ୍କୁ ଆତ୍ମସମର୍ପଣ କରାଉଛନ୍ତି । ପୁଲିସର ଅତ୍ୟାଚାର ଦିନକୁ ଦିନ ବଢୁଥିବା କୁହାଯାଇଛି । ତେବେ ଫାରୁକ ଅଲ୍ଲୀ ଏବଂ ଲିଲାଧର ରାଠିଙ୍କୁ ହତ୍ୟା ଧମକ ଦେବା ପରେ ଛତିଶଗଡର ବିଭିନ୍ନ ସ୍ଥାନରେ ଏହାକୁ ନେଇ ପ୍ରତିବାଦ ଆରମ୍ଭ ହୋଇଯାଇଛି । ବିଜାପୁର ଏବଂ ସୁକମା ଅଂଚଳରେ ଆଗାମୀ ଦିନରେ ମାଓବାଦୀ ଙ୍କ   ବିରୋଧରେ ସ୍ବରତ୍ତୋଳନ କରାଯିବ ବୋଲି ଯୋଜନା କରାଯାଇଛି। । ଅନ୍ୟଦିଗରେ ମାଓବାଦୀଙ୍କ ଏଭଳି କାର୍ଯ୍ୟ କୁ ମାଲକାନଗିରି ଜିଲ୍ଳାରେ ଥିବା ବିଭିନ୍ନ   ସା ମ୍ବାଦିକ ସଙ୍ଘ  ନିଦା  କରିବା ସହ  ମାଓବାଦୀ ଙ୍କ    ହିଂ ସାତ୍ମକ ଉଦେଶ୍ୟ ଏବଂ ନାକାରାତ୍ମକ ଚିନ୍ତାଧାରାକୁ ବିରୋଧ କରିଛନ୍ତି ।

Leave A Reply

Your email address will not be published.