ରେଳ ଧାରଣାରେ ୫୦% ଅଘଟଣ ହ୍ରାସ କରିବାକୁ ପୂର୍ବତଟ ରେଳପଥର ଯୋଜନା

126
ଭୁବନେଶ୍ୱର: ରେଳ ଧାରଣା ଉପରେ ଘଟୁଥିବା ଅଘଟଣ କମ୍ କରିବାକୁ ପୂର୍ବ ତଟ ରେଳପଥ ଏହାର ପରିସୀମା ମଧ୍ୟରେ ବିଭିନ୍ନ ପଦକ୍ଷେପ ହାତକୁ ନେଇଛି । ପୂର୍ବ ତଟ ରେଳପଥ ପରିସୀମା ମଧ୍ୟରେ ରେଳ ଧାରଣାରେ ଅସ୍ୱାଭାବିକ ଘଟଣା ଯଥା ଅନୁପ୍ରବେଶ ଓ ଆପତି ଜନକ ମାନବ ଚଳାଚଳ ଯୋଗୁଁ ଘଟୁଥିବା ଦୁର୍ଘଟଣା ପାଇଁ ଅନଧିକାର ବରବେଶ ଓ ଅନୁପ୍ରବେଶ ହେଉଛି ମୁଖ୍ୟ ଘଟଣା ଯାହାକି ଜୀବନ ହାନୀ ସହ ଗୁରୁତର ଆହତ ଘଟୁଅଛି । ଏହା ବ୍ୟତୀତ ଅନେକ ମୃତ୍ୟୁ ମାମଲା ରୁଜୁ ହୋଇଛି ଯାହାକି ଟ୍ରେନ୍ ସହିତ ଧକ୍କା ଦେବା କିମ୍ବା ଚାଲନ୍ତି ଟ୍ରେନ ରୁ ଖସି ପଡିବା କିମ୍ବା ଆତ୍ମହତ୍ୟା କରିବା ଘଟଣା ରେଳବାଇ ନଜରକୁ ଆସୁଅଛି ।
ପୂର୍ବ ତଟ ରେଳପଥ ମଧ୍ୟରେ ଏହି ଅଘଟଣ ସମ୍ବନ୍ଧରେ ଅତି ସମ୍ବେଦନ ଅଂଚଳ ଭାବରେ ଭୁବନେଶ୍ୱର, କଟକ, ଯାଜପୁର କେନ୍ଦୁଝର ରୋଡ଼, ବ୍ରହ୍ମପୁର ଅଂଚଳକୁ ଚିହ୍ନିତ କରିଛି । ଏହା ବ୍ୟତୀତ ଖୋର୍ଦ୍ଧା ରୋଡ଼ ଡିଭିଜନ ଅନ୍ତର୍ଗତ ଜଗନ୍ନାଥପୁର ଏବଂ ବ୍ରହ୍ମପୁର, ବ୍ରହ୍ମପୁର ଏବଂ ଗୋଳନ୍ଥରା, ରେତଙ୍ଗ ଏବଂ ଭୁବନେଶ୍ୱର, ଭୁବନେଶ୍ୱର ଏବଂ ମେଂଚଶ୍ୱର, ଯାଜପୁର କେନ୍ଦୁଝର ରୋଡ଼ ୟାର୍ଡ ଏବଂ ମେଂଚଶ୍ୱର ୟାର୍ଡ ମଧ୍ୟରେ ଅନେକ ଅଘଟଣ ଘଟୁଛି ଏବଂ ଏହାକୁ ଅତି ପ୍ରଭାବିତ ଅଂଚଳ ଭାବରେ ଚିହ୍ନଟ କରାଯାଇ ଅଛି । ୱାଲଟିୟର ରେଳ ମଣ୍ଡଳ ଅନ୍ତର୍ଗତ ବିଶାଖାପାଟନମ୍‌, ଶ୍ରୀକାକୁଲମ୍‌, ବିଜୟନଗରମ୍ ଏବଂ ମାରିପାଲେମ ନିକଟବର୍ତୀ ଅଂଚଳଗୁଡିକ ସହିତ ବିଶାଖାପାଟନମ୍ ଏବଂ ଗୋପାଳପାଟନମ୍‌, ବିଜୟନଗରମ୍ ଏବଂ କୋରୁକୋଣ୍ଡା, ଦୁସି ଏବଂ ଶ୍ରୀକାକୁଲମ୍ ଏବଂ ସିମାଂଚଳମ ଏବଂ ଗୋପାଳପାଟନମ୍ ମଧ୍ୟରେ ଘଟୁଥିବା ଅଂଚଳ ଗୁଡିକୁ ଅତି ପ୍ରଭାବିତ ଅଂଚଳ ଚିହ୍ନଟ କରାଯାଇଥିବା ବେଳେ ସମ୍ବଲପୁର ରେଳମଣ୍ଡଳ ପରିସୀମା ମଧ୍ୟରେ ସମ୍ବଲପୁର, ଟିଟିଲାଗଡ ଏବଂ ବାଲାଙ୍ଗୀର ଷ୍ଟେସନ ଅଂଚଳ ସହିତ ଦେଓଗାଓଁ ରୋଡ ଏବଂ ସଇଁଥଲା, ସମ୍ବଲପୁର ଓ ହିରାକୁଦ ଏବଂ ବାଲାଙ୍ଗୀର ଓ ଲୋଇସିଙ୍ଗା ଷ୍ଟେସନ ମଧ୍ୟରେ ଘଟୁଥିବା ଅଂଚଳକୁ ଅତି ପ୍ରଭାବିତ ଅଂଚଳ ଭାବରେ ଚିହ୍ନଟ କରାଯାଇଅଛି ।
Leave A Reply

Your email address will not be published.