ଭୁବନେଶ୍ୱର: ଅଯୋଧ୍ୟାର ଶ୍ରୀରାମ ଜନ୍ମଭୂମି ଠାରେ ଭବ୍ୟ ମନ୍ଦିର ନିର୍ମାଣ ପାଇଁ ନିଧି ସଂଗ୍ରହ କରୁଥିବା ରିଙ୍କୁ ଶର୍ମାଙ୍କୁ ଅତ୍ୟନ୍ତ ନୃଶଂସତାର ସହ ହତ୍ୟା କରା ଯିବା ମାମଲାରେ ହିନ୍ଦୁ ଜାଗରଣ ମଂଚ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରା ଯାଇଛି ।
ହିନ୍ଦୁ ଜାଗରଣ ମଂଚର ଭୁବନେଶ୍ୱରର ସହ ସଂଯୋଜକ ପ୍ରତୀକ ମହାପାତ୍ରଙ୍କ ନେତୃତ୍ୱରେ କାର୍ଯ୍ୟକର୍ତା ମାନେ ମାଷ୍ଟର କାଂଟିନ ଛକ ଠାରେ ବିରୋଧ ପ୍ରଦର୍ଶନକରିବା ସହ ଅପରାଧୀ ମାନଙ୍କୁ ଶୀଘ୍ର ଗିରଫ କରି ଫାସି ଦେବାକୁ ଦାବି କରିଥିଲେ ।