କଂଗ୍ରେସର ଓଡ଼ିଶା ବନ୍ଦ

144
ଭୁବନେଶ୍ୱର:  ଆଜି ପ୍ରାତଃ ୭ ଘଟିକାରୁ ଅପରାହ୍ନ ୧ ଘଟିକା ପର୍ଯ୍ୟନ୍ତ ଓଡ଼ିଶା ପ୍ରଦେଶ କଂଗ୍ରେସ ଦ୍ୱାରା  ଡାକରା ଦିଆ ଯାଇଥିବା ସାରା ରାଜ୍ୟରେ ବନ୍ଦ ଆରମ୍ଭ ହୋଇଛି ।
 ଏହି ବନ୍ଦ ପେଟ୍ରୋଲ, ଡିଜେଲ ଓ ଜାଳେଣି ଗ୍ୟାସର ଅହେତୁକ ମୂଲ୍ୟ ବୃଦ୍ଧି, ରାଜ୍ୟରେ ହୁ ହୁ ବେକାରୀ ସଂଖ୍ୟା ବୃଦ୍ଧି, ନାରୀ ନିର୍ଯ୍ୟାତନା, ଶିଶୁ ନିଖୋଜ, ଚାଷୀ ସମସ୍ୟା, ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା, ରାଜନୈତିକ ହିଂସାକାଣ୍ଡ ବୃଦ୍ଧି ସମେତ ରାଜ୍ୟର ଜଳ, ଜମି ଓ ଜଙ୍ଗଲକୁ ରକ୍ଷା କରିବାରେ ରାଜ୍ୟ ସରକାରଙ୍କର ଅପାରଗତାକୁ ପ୍ରତିବାଦକରି ରାଜ୍ୟର ବୃହତର ସ୍ୱାଥ ଦୃଷ୍ଟିରୁ ଏହି ବନ୍ଦ ଡାକରା ଦିଆଯାଇଛି । ଏହି ବନ୍ଦ ଶାନ୍ତିପୂର୍ଣ୍ଣ ଭାବରେ ପାଳନ କରିବାକୁ ଏକ ପ୍ରେସ ବିଜ୍ଞପ୍ତିରେ ପିସିସି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ କହିଛନ୍ତି ।  ଏହି ବନ୍ଦ ସମୟରେ ହସ୍‌ପିଟାଲ, ଡାକ୍ତର, ନର୍ସ, ପାରାମେଡିକାଲ ଷ୍ଟାପ, ଦମକଳ, ଆମ୍ବୁଲାନ୍ସ, ଦୁଗ୍ଧ ଗାଡ଼ି, ବର ଗାଡ଼ି ଏବଂ ସ୍ୱର୍ଗରଥ ଗାଡ଼ିକୁ ନ ଅଟେକାଇବାକୁ  ଏହି ବନ୍ଦରୁ ବାଦ ଦିଆଯାଇଛି । ରାଜ୍ୟର ସମସ୍ତ ଜିଲ୍ଲା କଂଗ୍ରେସ ସଭାପତି, ଜିଲ୍ଲା କଂଗ୍ରେସ ନେତୃବର୍ଗ ଏବଂ ବ୍ଲକ କଂଗ୍ରେସ ନେତୃବୃନ୍ଦ ତତ୍ ସହିତ ଯୁବ କଂଗ୍ରେସ, ଛାତ୍ର କଂଗ୍ରେସ, ମହିଳା କଂଗ୍ରେସ, ପୂର୍ବତନ ସାଂସଦ, ପୂର୍ବତନ ବିଧାୟକ, ବରିଷ୍ଠ କଂଗ୍ରେସ ନେତୃବର୍ଗ, ରାଜ୍ୟ କଂଗ୍ରେସର ସମସ୍ତ ଛାମୁଆ ଓ ପ୍ରକୋଷ୍ଠର ନେତୃବର୍ଗ ବନ୍ଦରେ ସାମିଲ ହୋଇ ସଫଳ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଶ୍ରୀ ପଟ୍ଟନାୟକ ଏହା ସହିତ ରାଜ୍ୟବାସୀଙ୍କର ସମର୍ଥନ ଓ ସହଯୋଗର ଆବଶ୍ୟକତା ଲୋଡ଼ିଛନ୍ତି ରାଜ୍ୟ କଂଗ୍ରେସ ସଭାପତି ଶ୍ରୀ  ନିରଞ୍ଜନ ପଟ୍ଟନାୟକ ।
Leave A Reply

Your email address will not be published.