ପୁଲୱାମା ୪୦ ଶହୀଦଙ୍କ ନାମରେ ପ୍ରଜ୍ଜ୍ୱଳନ ହେଲା ଶହ ଶହ ଦୀପ

160

ବୁଗୁଡା- ଫେବୃୟାରୀ ୧୪ ତାରିଖରେ ପୁଲୱାମା ଘାଟିରେ ସହିଦ ହୋଇଥିଲେ ଆମ ଭାରତ ମାତାର ୪୦ ଜଣ ସି.ଆର.ପି.ଏଫ. ଯବାନ। ୨୦୧୯ ରେ ଘଟିଥିବା ଏହି ହମାଲାକୁ ପୁରିଲା ଦୁଇ ବର୍ଷ । ହେଲେ ଶହୀଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବାରେ ଅବହେଳା କରିନାହାଁନ୍ତି ସୁରାଟରେ ବାସ କରୁଥିବା ପ୍ରବାସୀ ଓଡ଼ିଆ ପରିବାର। ଭାରତ ମାତା ଓ ଜାତୀୟ ପତାକା ଚିତ୍ରର ଧାରେ ଧାରେ ୪୦ ଶହୀଦଙ୍କ ନାମରେ ଶହ ଶହ ଦୀପ ପ୍ରଜ୍ଜ୍ୱଳନ କରିଛନ୍ତି ପ୍ରବାସୀ ଓଡ଼ିଆ ପରିବାର। ଏଥିସହ ସମ୍ବର୍ଦ୍ଧନା କରିଛନ୍ତି ଅଞ୍ଚଳର ଜଣେ ଯବାନଙ୍କୁ। ଏହି ଦେଶପ୍ରେମୀ ଦୃଶ୍ୟ ଦେଖିବାକୁ ମିଳିଥିଲା ସୁରାଟ ମହାନଗର ଅନ୍ତର୍ଗତ ସିଦ୍ଧାର୍ଥ ନଗର ଅଞ୍ଚଳରେ। ଏହି କାର୍ଯ୍ୟକ୍ରମ ଆୟୋଜନ କରିଥିଲେ ପ୍ରବାସୀ ଓଡ଼ିଆଙ୍କ ଦ୍ୱାରା ପ୍ରତିଷ୍ଠିତ ଶ୍ରୀ ସିଦ୍ଧେଶ୍ୱର ଯୁବ ମଣ୍ଡଳ। ଶହୀଦଙ୍କ ଶ୍ରଦ୍ଧାଞ୍ଜଳି ପାଇଁ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ଭାରତୀୟ ସେନା ବାହିନୀ ର ଅବସରପ୍ରାପ୍ତ ହାବିଲଦାର ଅରୁଣ କୁମାର ବେହେରା। ସମ୍ବର୍ଦ୍ଧିତ ହୋଇଥିଲେ ପ୍ରାକ୍ତନ ଯବାନ ଶ୍ରୀ ବେହେରା। ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ମଞ୍ଚାସିନ ଥିଲେ ସୁରତ ପ୍ରବାସୀ ଓଡ଼ିଆ ସମାଜ ଟ୍ରଷ୍ଟର ମୁଖ୍ୟ କାର୍ଯ୍ୟାଳୟର ଅଫିସ ସମ୍ପାଦକ ଜୟରାମ ଭାଇ, ରୁନୁ ଭାଇ, ସନ୍ତୋଷ ଭାଇ, ତ୍ରିଲୋଚନ ଭାଇ, ସରୋଜ ଭାଇ, ମନୋଜ ଭାଇ ଓ କାଳୁ ଭାଇ। ଏଥିସହ ମହିଳା ମଣ୍ଡଳ ସଦସ୍ୟା ବୃନ୍ଦ ମଧ୍ୟ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ ।

Leave A Reply

Your email address will not be published.