ଟ୍ରକ୍ ଧକ୍କାରେ ବସ୍ ପଶିଲା ପୋଖରୀ ଭିତରେ

165

ଗଞ୍ଜାମ: ରବିବାର ରାତି ପ୍ରାୟ ୧୦ ଟା ସମୟରେ ଭଞ୍ଜନଗର ନିକଟ କୁଲାଡ଼ ଗ୍ରାମ ପେଟ୍ରୋଲ ପମ୍ପ ସାମ୍ନାରେ ବରାଳ ଦେବୀ ନାମକ ଘରୋଇ ବସ୍ ପଛ ପଟରୁ ଏକ ଟ୍ରକ୍ ଧକ୍କା ଦେବାରୁ ବସ୍ ଟି ନିକଟରେ ଥିବା ପୋଖରୀ ଭିତରକୁ ପଶିଯାଇଛି । ବ୍ରହ୍ମପୁରରୁ ଫେରିବା ପରେ ସେହି ସ୍ଥାନରେ ହେଲ୍ପର ବସ୍ ଟିକୁ ଧୋଇସାରି ବିଶ୍ରାମ ନେଉଥିଲା । ଏହି ସମୟରେ ଗୋଟିଏ ଟ୍ରକ ନଂ ଓଡ଼ି. ୨୫କେ. ୨୮୪୪ ଦ୍ରୁତ ଗତିରେ ଆସି ବସ୍ ଟିକୁ ପଛରୁ ଜୋରରେ ଧକ୍କା ଦେଇଥିଲା । ଫଳରେ ବସ୍ ଟି ରାସ୍ତା ପାର୍ଶ୍ଵରେ ଥିବା ପୋଖରୀ ଭିତରକୁ ପଶି ଯାଇଥିଲା । ଗାଡ଼ି ଭିତରେ ଥିବା ହେଲ୍ପରକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଚିକିତ୍ସା ପାଇଁ ଭଞ୍ଜନଗର ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରୁ ଟ୍ରକ୍ ଡ୍ରାଇଭର ଚମ୍ପଟ ମାରିଥିବା ବେଳେ ପୋଲିସ ଘଟଣାର ତଦନ୍ତ କରୁଥିବା ଜଣାପଡିଛି।

Leave A Reply

Your email address will not be published.