କଲ୍ୟାଣ ସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣ ସିଂହପୁର ବ୍ଳକ ରେ ସରକାର ରୋଗୀଙ୍କ ପାଇଁ ସ୍ବାସ୍ଥ୍ଯ ବିଭାଗ ପକ୍ଷରୁ ଅନେକ ସୁବିଧା କରି କୋଟିକୋଟି ଟଙ୍କା ଖର୍ଚ୍ଚକରି ଆସୁଥିବାବେଳେ ଗାଁରେ ପହଁଞ୍ଚି ପାରୁନି ଉଚିତ ସ୍ବାସ୍ଥ୍ଯ ସେବା । ଯାହା ଫଳରେ ଅନ୍ଧବିଶ୍ୱାସକୁ ଆପଣେଇ ନିରୀହ ଆଦିବାସୀ ମାନେ ଏବେବି ବେଜୁ,ବେଜୁଣି ଚେରମୁଳ ଝାଡଫୁଙ୍ଖା କରୁଥିବା ଦେଖିବାକୁ ମିଳୁଛି । ଏହିପରି ଦୃଶ୍ୟ ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକର ମାତ୍ର ଦୁଇ କିମି ଦୁରରେ ଥିବା ରାବୁଗୁଡା ଗାଁରେ ।
ପ୍ରାୟ ଏକ ମାସ ହେବ ଗାଁରେ ଶିଶୁଠାରୁ ବୁଡା ବୁଢ଼ୀ ପର୍ଯ୍ୟନ୍ତ ଲୋକେ ମିଳିମିଳାରେ ଅନେକ ଆକ୍ରାନ୍ତ ହୋଇ ରହିଛନ୍ତି । ଏହି ରୋଗକୁ ଭଲ କରିବାକୁ ଗାଁରେ ପ୍ରତିଦିନ ସକାଳୁ ସନ୍ଧ୍ୟାରେ ବେଜୁଣି ବସି ଝାଡଫୁଙ୍ଖା, ଝୁଣାଦେଇ ମନ୍ତ୍ର ପଡି ଆକ୍ରାନ୍ତ ମାନଙ୍କୁ ଭଲ କରିବାରେ ଲାଗିଛି । ବର୍ତ୍ତମାନ ଗାଁରେ କିଛି ଲୋକ ଭଲ ହୋଇଥିବାବେଳେ ଏବେ ମଧ୍ୟ ୧୨ ଜଣ ନାଗେଶ କରସିକା(୧୫),ଝୁନା କରସିକା(୧୦) ଶିବା କରସିକା(୮) ସଞ୍ଜ ମାଣ୍ଡିକା, ମନୁ ମାଣ୍ଡିକା(୫୫),ରବି ମାଣ୍ଡିକା (୨୫) ଲିମା କୃଶିକା (୫),ବାବୁଲି କରସିକା(୩) ରୁଆଇ କରସିକା (୩୦) ଏହି ରୋଗରେ ଆକ୍ରାନ୍ତ ହୋଇ ରହିଥିବା ଦେଖିବାକୁ ମିଳିଛି। ଏମାନଙ୍କୁ ମଧ୍ୟ ଝାଡଫୁଙ୍ଖା କରୁଥିବା ଦେଖିବାକୁ ମିଳିଛି ।
ଏତେଦିନ ହେଲା ଏହି ଗାଁରେ ମିଳିମିଳାରେ ଅନେକ ଲୋକ ଆକ୍ରାନ୍ତ ହୋଇ ରହିଥିଲେ ମଧ୍ୟ ସ୍ବାସ୍ଥ୍ଯ ବିଭାଗ ପାଖରେ ଖବର ନାହିଁ । ଆମେ ଗାଁ ଲୋକକୁ ପଚାରିବାରୁ ଡାକ୍ତର ଖାନାକୁ ଜାଇ ଚିକିତ୍ସା କରିବା ଯାଇ ନ କି ସେମାନେ ରୋକଠକ ମନାକରି କହିଥିଲେଜେ ଆମକୁ ଡାକ୍ତର ଔଷଧ ଉପରେ ବିଶ୍ବାସ ନାହିଁ ଡାକ୍ତର ଔଷଧ ଖାଇଲେ କୁଆଡେ ମାଁ କପ ହୋଇଜିବ କାଳେ ମରିଜିବେ ବଲି ଆମେ ପୁର୍ବପୁରୁଷ ରୁ ଶୁଣିଆସିଛୁ ଏମିତି ଝାଡଫୁଙ୍ଖା କଲେ ଏହି ରୋଗ ଭଲହେବ ବଲି ବିଶ୍ବାସ ରହିଛି। ବୋଲି ଗାଁର ହାକିନା କରସିକା ,ଦିପାଇ କରସିକ, ମାଣି ମାଣ୍ଡିକା ପ୍ରମୁଖ କହଛନ୍ତି ।
ଏ ନେଇ କଲ୍ୟାଣସିଂହପୁର ଗୋଷ୍ଟିସ୍ବାସ୍ଥ୍ୟକେନ୍ଦ୍ରର ଡାକ୍ତର ଚିନ୍ମଯୀ ଲିମାଙ୍କ ଦୃଷ୍ଟି ଆକ୍ରଶଣ କରିବାରୁ ସେ କହିଲେ ତୁରନ୍ତ ସେଇ ଗାଁ କୁ ଗୋଟିଏ ଟିମ ପଠାଇ କଣ ହେଇଛି ଦେଖିବା ପରେ ପଦକ୍ଷେ ନେବୁ ବୋଲି ସୁଚନା ଦେଇଛନ୍ତି ।