ବୁଗୁଡା: ବ୍ରହ୍ମପୁର ଓଡିଶା ଡେଭଲପମେଣ୍ଟ୍ ଫୋରମ ଓ ଗଞ୍ଜାମ ଜିଲ୍ଲାର ବିଭିନ୍ନ ସାମାଜିକ ଅନୁଷ୍ଠାନ ମିଳିତ ଭାବେ ବ୍ରହ୍ମପୁର ଠାରେ ବିମାନ ବନ୍ଦର ପ୍ରତିଷ୍ଠା, ଗଞ୍ଜାମ ଜିଲ୍ଲାରେ ଦୃତ ଶିଳ୍ପାୟନ, ପର୍ଯ୍ୟଟନ ସ୍ଥଳୀର ବିକାଶ ଏବଂ ରାସ୍ତା ଓ ରେଳବାଇ ର ବିକାଶ ପାଇଁ ଗଞ୍ଜାମ ଜିଲ୍ଲାର ସମସ୍ତ ୧୩ ଜଣ ବିଧାୟକ ଓ ବିଧାୟିକା ଏବଂ ଏହି ବିଭାଗ ଗୁଡ଼ିକ ସହ ଜଡ଼ିତ ପ୍ରଶାସନିକ ଅଧିକାରୀଙ୍କୁ ବ୍ରହ୍ମପୁର ମୁଖ୍ୟ ଡାକଘରରୁ ପତ୍ର ପଠାଇ ଦାବି କରାଯାଇଛି । ଗତ ଦିନରେ ଓଡ଼ିଶା ବିଧାସଭାର ବାଚସ୍ପତି ମାନ୍ୟବର ସୂର୍ଯ୍ୟ ନାରାୟଣ ପାତ୍ର ଙ୍କୁ ଫୋରମ୍ ର କର୍ମକର୍ତ୍ତା ବୃନ୍ଦ ଭେଟି ଉପରୋକ୍ତ ଦାବି ଗୁଡ଼ିକୁ ପୁରଣ କରିବା ପାଇଁ ସ୍ମାରକ ପତ୍ର ପ୍ରଦାନ କରିଥିଲେ । ଶ୍ରୀ ପାତ୍ର ଆଗାମୀ ଦିନରେ ବିଧାୟକ ଓ ବିଧାୟିକା ବୃନ୍ଦ ଦାବି ଗୁଡ଼ିକ ବିଧାନସଭା ଅଧିବେଶନରେ ଉପସ୍ଥାପନ କରିି ସମସ୍ୟାର ସମାଧାନ ପାଇଁ ଉପରୋକ୍ତ ଦାବି ଗୁଡ଼ିକ ସଂପର୍କରେ ଜିଲ୍ଲାର ସମସ୍ତ ବିଧାୟକ ଓ ବିଧାୟିକା ଙ୍କୁ ଅବଗତ କରାଇବା ପାଇଁ ପରାମର୍ଶ ଦେଇଥିଲେ । ତେଣୁ ଏହି ଦାବି ସମ୍ପର୍କରେ ଗଞ୍ଜାମ ଜିଲ୍ଲାର ସମସ୍ତ ଜନପ୍ରତିନିଧି ଓ ସେମାନଙ୍କ ମାଧ୍ୟମରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ପୁଣି ଅବଗତ କରାଇବା ପାଇଁ ଓଡ଼ିଶା ଡେଭଲପମେଣ୍ଟ ଫୋରମ ଓ ଅନ୍ୟ ସାମାଜିକ ସଂଗଠନ ର କାର୍ଯ୍ୟକର୍ତ୍ତାଙ୍କ ତରଫରୁ ଏହି କାର୍ଯ୍ୟକ୍ରମ କରାଯାଇଥିବା ରାମ ପ୍ରସାଦ ତ୍ରିପାଠୀଙ୍କ ଠାରୁ ଜଣାପଡିଛି ।
Sign in
Sign in
Recover your password.
A password will be e-mailed to you.