ମହାପ୍ରଭୁଙ୍କ ବନକଲାଗି ନୀତି ପାଇଁ ସାଧାରଣ ଦର୍ଶନ ୪ ଘଂଟା ଧରି ବନ୍ଦ ରହିବ

136
ଭୁବନେଶ୍ୱର:  ବୁଧବାର ଦିନ ମହାପ୍ରଭୁଙ୍କ ବନକଲାଗି ନୀତି ପାଇଁ ୪ ଘଂଟା ପାଇଁ ସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆ ଯାଇଛି ।
ମିଳିଥିବା ସୂଚନା ଅନୁସାରେ ମାଘ ଶୁକ୍ଳ ଷଷ୍ଠୀରେ ବଡଦେଉଳରେ ଅନୁଷ୍ଠିତ ହେବାକୁ ଥିବା ଏହି ବନକଲାଗି ନୀତି ପାଇଁ ଦ୍ୱିପହର ଧୂପ ପରେ ଦତମହାପାତ୍ର ସେବାୟତମାନେ ଗର୍ଭଗୃହରେ ପ୍ରବେଶ କରି ଶ୍ରୀଜିଉଙ୍କ ଶ୍ରୀମୁଖ ଶୃଙ୍ଗାର କରିବେ । ଏହାସହ ବନକଲାଗି ଅବସରରେ ଗୁପ୍ତ ସେବା ବିଧି ମଧ୍ୟ ରହିଛି । ପ୍ରାୟ ୪ ଘଂଟା ଧରି ଏହି ନୀତି କରାଯାଏ । ଆଜି ଅପରାହ୍ଣ ୪ଟାରୁ ରାତି ୮ଟା ଯାଏ ସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।
Leave A Reply

Your email address will not be published.