ପାରଳାଖେମୁଣ୍ଡି: ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ଖାରିଗୁଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ନଳାଘାଟ ଗ୍ରାମ ଠାରେ ଗତ ୬ ମାସ ହେଲା ଲୋକେ ଜଳକଷ୍ଟ ଭୋଗୁଥିବାର ଅଭିଯୋଗ ହୋଇଛି । ଏଠାରେ ପିଇବାପାଇଁ ପାଣି ନିମନ୍ତେ ୩୦ହଜାର ଲିଟର ବିଶିଷ୍ଟ ଏକ ପାଣି ଟାଙ୍କି ରହିଥିଲେ ହେଁ ମୋଟର ବ୍ୟବସ୍ଥା ନଥିବା ଯୋଗୁଁ ଏହା କାର୍ଯ୍ୟକ୍ଷମ ହୋଇପାରୁନି । ସେହିପରି ଗ୍ରାମରେ ଗଭୀର ନଳକୂପବି ଖୋଳା ଯାଇଛି ତେବେ ଏଠାରେ ମୋଟର ଖଞ୍ଜାଯାଇ ନାହିଁ । ଏହା ସହ ଏଠାକୁ ବିଦ୍ୟୁତ ବ୍ୟବସ୍ଥା ମଧ୍ୟ ନାହିଁ । ଏପରି ଭାବେ ଗ୍ରାମବାସୀ ପ୍ରାୟ ୬ ମାସ ହେଲା ଜଳକଷ୍ପ ଭୋଗୁଥିବାବେଳେ ଏନେଇ ବିଭାଗୀୟ ଅଧିକାରୀଙ୍କୁ ଜଣାଇଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ । ଏହି ଜଳ ସମସ୍ୟା ଯୋଗୁଁ ଲୋକେ ପାହାଡ ପର୍ବତ ତଥା ଆଖପାଖ ଦେଇ ଯାଇଥିବା ନାଳ ଆଦିରୁ ଦୂଷିତ ପାଣି ପିଇବାକୁ ବାଧ୍ୟ ହେଉଛନ୍ତି । ଆଗକୁ ଗ୍ରୀଷ୍ମ ଋତୁ ଆସୁଥିବାକୁ ନେଇ ଅଞ୍ଚଳ ଲୋକେ ପାଣି ବୁନ୍ଦାଏ ପାଇଁ ଆହୁରି ଡହଳବିକଳ ହେବାର ସମ୍ଭାବନା ରହିଛି । ତୁରନ୍ତ ଏହି ସମସ୍ୟାର ସମାଧାନ ନିମନ୍ତେ ଦାବୀ ହୋଇଛି ।
Sign in
Sign in
Recover your password.
A password will be e-mailed to you.