ଆଜି ପ୍ରଧାନମନ୍ତ୍ରୀ ଆସାମରେ ‘ମହାବାହୁ-ବ୍ରହ୍ମପୁତ୍ର’ର ଶୁଭାରମ୍ଭ କରିବେ ଏବଂ ଦୁଇଟି ସେତୁର ଆଧାରଶିଳା ରଖିବେ

193
ନୂଆଦିଲ୍ଲୀ:  ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସିଙ୍ଗ ଜରିଆରେ ଆଜି  ଆସାମରେ ‘ମହାବାହୁ-ବ୍ରହ୍ମପୁତ୍ର’ର ଶୁଭାରମ୍ଭ କରିବେ, ଧୁବରୀ ଫୁଲବାଡ଼ି ସେତୁର ଆଧାରଶିଳା ରଖିବେ ଏବଂ ମଜୁଲି ସେତୁର ନିର୍ମାଣ ନିମନ୍ତେ ଅପରାହ୍ନ ୧୨ଟାରେ ଭୂମିପୂଜା କରିବେ । ଏହି ଅବସରରେ କେନ୍ଦ୍ର ସଡ଼କ ପରିବହନ ତଥା ରାଜପଥ ମନ୍ତ୍ରୀ, ବନ୍ଦର, ଜାହାଜ ଚଳାଚଳ ଏବଂ ଜଳପଥ ରାଷ୍ଟ୍ର ମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ) ଏବଂ ଆସାମ ମୁଖ୍ୟମନ୍ତ୍ରୀ ଉପସ୍ଥିତ ରହିବେ ।
ମହାବାହୁ-ବ୍ରହ୍ମପୁତ୍ରର ଶୁଭାରମ୍ଭ ସହିତ ନିମାଟି-ମୁଜଲି ଦ୍ୱୀପ, ଉତର ଗୌହାଟୀ-ଦକ୍ଷିଣ ଗୌହାଟୀ ଏବଂ ଧୁବରୀ-ହାଟସିଙ୍ଗିମାରୀ ମଧ୍ୟରେ ରୋ-ପ୍ୟାକ୍ସ ଭେସେଲ ପରିଚାଳନାର ଉଦଘାଟନ କରାଯିବ; ଯୋଗୀଘୋପାରେ ଅନ୍ତର୍ଦେଶୀୟ ଜଳ ପରିବହନ (ଆଇଡବ୍ଲ୍ୟୁଟି) ଟର୍ମିନଲର ଶିଳାନ୍ୟାସ ଓ ବ୍ରହ୍ମପୁତ୍ର ନଦୀ ଉପରେ ବିଭିନ୍ନ ପର‌୍ୟ୍ୟଟକ ଜେଟି ଓ ଇଜ ଅଫ ଡୁଇଙ୍ଗ-ବିଜନେସ ନିମନ୍ତେ ଡିଜିଟାଲ ସମାଧାନର ଶୁଭାରମ୍ଭ କରାଯିବ । ଭାରତର ପୂର୍ବାଂଚଳରେ ବାଧାରହିତ କନେକ୍ଟିଭିଟି ପ୍ରଦାନ କରିବା ଏହି କାର‌୍ୟ୍ୟକ୍ରମର ଉଦେ୍‌ଦଶ୍ୟ ଏବଂ ଏଥିରେ ବ୍ରହ୍ମପୁତ୍ର ଓ ବରାକ ନଦୀ ନିକଟରେ ରହୁଥିବା ଲୋକମାନଙ୍କ ଲାଗି ବିଭିନ୍ନ ବିକାଶ ଗତିବିଧି ସାମିଲ ରହିଛି ।
ରୋ-ପ୍ୟାକ୍ସ ସେବା ତଟଗୁଡ଼ିକ ମଧ୍ୟରେ ସମ୍ପର୍କ ପ୍ରଦାନ କରି ଯାତ୍ରା ସମୟକୁ କମ କରିବାରେ ସହାୟକ ହେବ ଏବଂ ଏହି ପ୍ରକାର ସଡ଼କ ମାର୍ଗ ଦ୍ୱାରା ଯାତ୍ରା ଦୂରତା ହ୍ରାସ ହୋଇପାରିବ । ନିମାଟି ଓ ମଜୁଲି ମଧ୍ୟରେ ରୋ-ପ୍ୟାକ୍ସ ପରିଚାଳନା ଦ୍ୱାରା ବର୍ତମାନ ବାହନଗୁଡ଼ିକ ଦ୍ୱାରା ଧାର‌୍ୟ୍ୟ ହେଉଥିବା ୪୨୦ କିଲୋମିଟରର ମୋଟ ଦୂରତା ହ୍ରାସ ପାଇ କେବଳ ୧୨ କିଲୋମିଟର ମଧ୍ୟରେ ସୀମିତ ରହିଯିବ । ଏହାର ପରିଣାମସ୍ୱରୂପ କ୍ଷେତ୍ରର ଲଘୁ ଉଦ୍ୟୋଗର ଲଜିଷ୍ଟିକ୍ସ ଉପରେ ଯଥେଷ୍ଟ ପ୍ରଭାବ ପଡ଼ିବ । ଦୁଇଟି ସ୍ୱଦେଶୀ ରୋ-ପ୍ୟାକ୍ସ ଜାହାଜ, ଏମ.ଭି. ରାଣୀ ଗାଇଦିନଲିଉ ଓ ଏମ.ଭି. ସଚିନ ଦେବ ବର୍ମନ, ଆରମ୍ଭ ହେବ ।
ରୋ-ପ୍ୟାକ୍ସ ଜାହାଜ ଏମ.ଭି. ଜେ.ଏଫ.ଆର. ଜ୍ୟାକବ ଆରମ୍ଭ ହେବା ଦ୍ୱାରା ଉତର ଓ ଦକ୍ଷିଣ ଗୌହାଟୀ ମଧ୍ୟରେ ପାଖାପାଖି ୪୦ କିଲୋମିଟର ଦୂରତା କେବଳ ୩ କିଲୋମିଟରକୁ ହ୍ରାସ ପାଇବ । ଧୁବରୀ ଓ ହାଟସିଙ୍ଗିମାରୀ ମଧ୍ୟରେ ଏମ.ଭି. ବବ ଖଟିଙ୍ଗ ୨୨୦ କିଲୋମିଟର ଯାତ୍ରା ଦୂରତାକୁ କମ କରି ୨୮ କିଲୋମିଟରକୁ ହ୍ରାସ କରିବ । ଏହି ପ୍ରକାର ଯାତ୍ରା ଦୂରତା ଧାର‌୍ୟ୍ୟ କରିବାରେ ଯଥେଷ୍ଟ ସମୟ ସଂଚୟ ହୋଇପାରିବ ।
Leave A Reply

Your email address will not be published.