ସାଲେପୁର ହାଇସ୍କୁଲ ଜମିମାପ କରାଯିବାକୁ ତହସିଲଦାରଙ୍କ ପ୍ରତିଶ୍ରୁତି

158

ସାଲେପୁର:  ସର୍ବପୁରାତନ ସାଲେପୁର ହାଇସ୍କୁଲର ଚତ୍ରୁପାର୍ଶ୍ୱରେ ରହିଥିବା ଜମିକୁ ଜବରଦଖଲ କାରୀମାନେ ଦିର୍ଘଦିନ ହେବ ମାଡିବସିଥିବା ନେଇ ସ୍ଥାନିୟ ଜନସାଧାରଣ,ବୁଦ୍ଧିଯିବି ପୁରାତନ ଛାତ୍ର ସଂଘ ପକ୍ଷରୁ ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ଏହି ଜମିକୁ ଜବରଦଖଲ ମୁକ୍ତ କରିବା ସହ ଉକ୍ତ ମୂଲ୍ୟବାନ ଜମିକୁ ତୁରନ୍ତ ମାପ କରିବାକୁ ତହସିଲଦାରଙ୍କ ଠାରେ ଆବେଦନ କରାଯାଇଥିଲା । ଏଥିରେ ଟାଳ ଟୁଳ ନୀତି ଅବଲମ୍ବନ କରାଯିବାରୁ ଏହାର ପ୍ରତିବାଦରେ ଗଣଧାରଣା ଦିଆଯିବାକୁ ନିଷ୍ପତି ନିଆଯାଇଥିଲା । ମାତ୍ର ତହସିଲ ଦାର ଦିବ୍ୟଜ୍ୟୋତି ଦେଓ ହାଇସ୍କୁଲକୁ ଆସି ପ୍ରଧାନ ଶିକ୍ଷକ ମନୋରଞ୍ଜନ ବାରିକ ତଥା ପୁରାତନ ଛାତ୍ରସଂଘ କର୍ମକର୍ତ୍ତାଙ୍କୁ ଭେଟି ଆଗାମୀ ୨୩ ତାରିଖରେ ଜମି ମାପ କରାଯିବ ବୋଲି ପ୍ରତିଶୃତି ଦେବାରୁ ୧୮ ତାରିଖରେ ହେବାକୁ ଥିବାଧାରଣାକୁ ସ୍ଥଗିତ ରଖାଯାଇଥିବା ଜଣାପଡିଛି।

Leave A Reply

Your email address will not be published.