ବୋଲେରୋକୁ ଧକ୍କା ଦେଇ ୧୦ ଫୁଟ୍ ତଳକୁ ଖସିଲା ଗୋରୁ ବୋଝେଇ କଂଟେନର: ୩୦ ଗୋରୁ ମୃତ, ୩ ଶ୍ରମିକଙ୍କ ମୃତ୍ୟୁ

165
ବାଲେଶ୍ୱର:  ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ୬୦ ନଂ ଜାତୀୟ ରାଜପଥର ଗାନ୍ଧି ଛକ ନିଟକରେ ଆଜି ସକାଳେ ଘଟିଯାଇଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଫଳରେ ତିନି ଜଣ ଶ୍ରମିକଙ୍କ ଶୋଚନୀୟ ମୃତ୍ୟୁ ଘଟିଥିବା ବେଳେ ୩୦ ଗୋରୁ ପ୍ରାଣ ହରାଇଛନ୍ତି ।
ସୂଚନା ଅନୁଯାୟୀ, ଗୋରୁ ବୋଝେଇ କଂଟେନରଟି ଦୃତ ଗତିରେ ଭଦ୍ରକରୁ ପଶ୍ଚିମବଙ୍ଗ ଅଭିମୁଖେ ଯାଉଥିବା ବେଳେ ଦୁର୍ଘଟଣା ଗ୍ରସ୍ତ ହୋଇଛି । ବୋଲେରୋକୁ ଧକ୍କା ଦେଇ ୧୦ ଫୁଟ୍ ତଳକୁ ଖସି ପଡିଛି ଏହି ଗୋରୁ ବୋଝେଇ କଂଟେନର । ଫଳରେ କଂଟେନରରେ ଥିବା ତିନି ଜଣ ଶ୍ରମିକଙ୍କ ସମେତ ୩୦ ଗୋରୁଙ୍କ ମୃତ୍ୟୁ ଘଟିଛି । ଦୁର୍ଘଟଣାରେ ବୋଲେରୋରେ ଥିବା ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କୁ ଚିକିତ୍ସା ନିମନ୍ତେ ବସ୍ତା ମେଡ଼ିକାଲରେ ଭର୍ତି କରାଯାଇଛି । ବସ୍ତା ଥାନା ପୋଲିସ ଘଟଣାସ୍ଥଳରେ ପହଂଚି ଦୁର୍ଘଟଣାଗ୍ରସ୍ତ ଗାଡିକୁ ଜବତ କରିଛି । ମୃତକଙ୍କ ଶବ ଜବତ କରିବା ସହ ଏହାକୁ ବ୍ୟବଚ୍ଛେଦ ନିମନ୍ତେ ପଠାଇଛି ।
Leave A Reply

Your email address will not be published.