ପହଞ୍ଚ, ପୁନଃସକ୍ରୀୟକରଣ, ସଂସ୍କାର ଏବଂ ଅକ୍ଷୟ ଶକ୍ତି ଉତ୍ପାଦନ ମନ୍ତ୍ର ଦ୍ୱାରା ପରିଚାଳିତ ହୋଇ ଏହି କ୍ଷେତ୍ରରେ ସରକାର କାର୍ଯ୍ୟ କରୁଛନ୍ତି: ପ୍ରଧାନମନ୍ତ୍ରୀ

158

ନୂଆଦିଲ୍ଲୀ:  ଶକ୍ତି ଓ ଅକ୍ଷୟ ଶକ୍ତି କ୍ଷେତ୍ରରେ କେନ୍ଦ୍ର ବଜେଟରେ ଥିବା ବ୍ୟବସ୍ଥାର ସଫଳ ପ୍ରବର୍ତ୍ତନ ଲାଗି ପରାମର୍ଶ ନିମନ୍ତେ ଆୟୋଜିତ ୱେବିନାରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଉଦବୋଧନ ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ଶକ୍ତି ଓ ନୂତନ ତଥା ଅକ୍ଷୟ ଶକ୍ତି ରାଷ୍ଟ (ସ୍ୱାଧୀନ ଦାୟିତ୍ୱ) ମନ୍ତ୍ରୀଙ୍କ ସମେତ ଅନ୍ୟାନ୍ୟ ହିତଧାରକ ଏବଂ ଶକ୍ତି କ୍ଷେତ୍ର, ଶିଳ୍ପ ପ୍ରତିନିଧିବିଭିନ୍ନ ସଂଗଠନଡିସକମ୍‍ର ପରିଚାଳନା ନିର୍ଦ୍ଦେଶକ ତଥା ରାଜ୍ୟ ଅକ୍ଷୟ ଶକ୍ତି ନୋଡାଲ ଏଜେନ୍ସିଗୁଡ଼ିକର ସିଇଓଗଣଉପଭୋକ୍ତା ଗୋଷ୍ଠୀ ଓ କେନ୍ଦ୍ର ଶକ୍ତି ମନ୍ତ୍ରଣାଳୟ ଏବଂ ନୂତନ ଓ ଅକ୍ଷୟ ଶକ୍ତି ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

କାର୍ଯ୍ୟକ୍ରମରେ ଉଦ୍‍ବୋଧନ ଦେଇ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଲେ ଯେ ଦେଶର ପ୍ରଗତିରେ ଶକ୍ତି କ୍ଷେତ୍ର ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ ଏବଂ ଇଜ୍‍ ଅଫ୍‍ ଲିଭିଂ ଏବଂ ଇଜ୍‍ ଅଫ୍‍ ଡୁଇଂ ବିଜିନେସ ପାଇଁ ମଧ୍ୟ ଏହାର ଅବଦାନ ବେଶ୍‍ ଉଲ୍ଲେଖନୀୟ । ପ୍ରଧାନମନ୍ତ୍ରୀ କହିଲେ ଯେ ଏହା ସରକାର ଏବଂ ଘରୋଇ କମ୍ପାନୀମାନଙ୍କ ମଧ୍ୟରେ ଏକ ଆସ୍ଥା ଓ ବିଶ୍ୱାସର ସଂକେତ ତଥା ଏହି କ୍ଷେତ୍ର ପାଇଁ ବଜେଟରେ କରାଯାଇଥିବା ଘୋଷଣାର ପ୍ରବର୍ତ୍ତନ ନିମନ୍ତେ ତୁରନ୍ତ ଉପାୟମାନ ଚିନ୍ତା କରିବାର ଏକ ପ୍ରୟାସ ।

ପ୍ରଧାନମନ୍ତ୍ରୀ କହିଲେ ଯେ ଏହି କ୍ଷେତ୍ର ପ୍ରତି ସରକାରଙ୍କ ଆଭିମୁଖ୍ୟ ସମ୍ପୃର୍ଣ୍ଣ ରୂପେ ସାମଗ୍ରିକ ଏବଂ ସରକାର ଚାରିଟି ମନ୍ତ୍ର ଦ୍ୱାରା ଅଭିମନ୍ତ୍ରିତ ହୋଇ କାର୍ଯ୍ୟ କରୁଛନ୍ତି । ସେହି ଚାରି ମନ୍ତ୍ର ହେଲା: ପହଞ୍ଚପୁନଃସକ୍ରିୟକରଣସଂସ୍କାର ଏବଂ ଅକ୍ଷୟ ଶକ୍ତି । ପହଞ୍ଚ ନିମନ୍ତେସମାଜର ସର୍ବଶେଷ ବ୍ୟକ୍ତି ନିକଟରେ ପହଞ୍ôଚବାକୁୁ ପଡ଼ିବ । ଏଥିପାଇଁ ବ୍ୟବସ୍ଥାକୁ ପୁନଃସକ୍ରିୟକରଣ କରାଯିବା ଆବଶ୍ୟକ । ଏହି ଦିଗରେ କ୍ଷମତାର ସଂସ୍ଥାପନକୁ ପୁନଃର୍ଜାଗରିତ କରିବାକୁ ପଡ଼ିବ ଓ ସେଥିପାଇଁ ସଂସ୍କାର ବ୍ୟବସ୍ଥା ଆବଶ୍ୟକ । ଏହିସବୁ ସାଧନକୁ ସାଙ୍ଗରେ ଧରି ଅକ୍ଷୟ ଶକ୍ତି ହେଉଛି ସମୟର ଆବଶ୍ୟକତା ଓ ତାହା ହାସଲ କରାଯିବ ବୋଲି ପ୍ରଧାନମନ୍ତ୍ରୀ ମତ ପୋଷଣ କରିଛନ୍ତି ।

ଏହି ପ୍ରସଙ୍ଗକୁ ଅଧିକ ସରଳ ଭାବେ ବ୍ୟାଖ୍ୟା କରି ପ୍ରଧାନମନ୍ତ୍ରୀ କହିଲେ ଯେ ପହଞ୍ଚ ନିମନ୍ତେ ସରକାର ଦେଶର ପ୍ରତ୍ୟେକ ଗ୍ରାମ ଏବଂ ପ୍ରତ୍ୟେକ ପରିବାରଙ୍କ ନିକଟରେ ପହଞ୍ôଚବା ଉପରେ ଗୁରୁତ୍ୱ ଆରୋପ କରୁଛନ୍ତି । କ୍ଷମତାର ପୁନଃସକ୍ରିୟକରଣ କରାଯିବା ଦ୍ୱାରା ଭାରତ ଏବେ ଏକ ଶକ୍ତି ଉଦବୃତ୍ତ ରାଷ୍ଟରେ ପରିଣତ ହୋଇଛି ଯାହାକି ପୂର୍ବରୁ ଏହି କ୍ଷେତ୍ରରେ ଏକ ନିଅଣ୍ଟିଆ ରାଷ୍ଟ୍ର ଥିଲା । ବିଗତ କିଛି ବର୍ଷ ମଧ୍ୟରେଭାରତ ତାର ଶକ୍ତି ଉତ୍ପାଦନ କ୍ଷମତାରେ ୧୩୯ ଗିଗାୱାଟ କ୍ଷମତା ଯୋଗ କରିଛି ଏବଂ ଏକ ରାଷ୍ଟ୍ର ଏକ ଗ୍ରୀଡ଼ ଏକ ଫ୍ରିକ୍ୱେନ୍ସି ଲକ୍ଷ୍ୟ ହାସଲ କରିପାରିଛି । ‘ଉଦୟ’ ଯୋଜନା ଭଳି ସଂସ୍କାର ମାଧ୍ୟମରେ ସରକାର ୨ ଲକ୍ଷ ୩୨ ହଜାର କୋଟି ଟଙ୍କା ମୂଲ୍ୟର ବଣ୍ଡ୍‍ ଜାରି କରିଛନ୍ତି ଯାହା ମାଧ୍ୟମରେ ଆର୍ଥିକ ଓ ଅପରେସନାଲ କାର୍ଯ୍ୟଦକ୍ଷତାକୁ ଉନ୍ନତି କରିବା ଦିଗରେ କାର୍ଯ୍ୟକ୍ରମମାନ ପ୍ରବର୍ତ୍ତନ କରାଯାଇଛି । ପାୱାରଗ୍ରୀଡ଼ର ସମ୍ପତ୍ତିକୁ ମନିଟାଇଜ୍‍ କରିବା ନିମନ୍ତେ ଇନଫ୍ରଷ୍ଟକଚର ନିବେଶ ଟ୍ରଷ୍ଟ (InvIT) ସ୍ଥାପନ କରାଯାଇଛି ଯାହା ଖୁବ୍‍ ଶୀଘ୍ର ନିବେଶକମାନଙ୍କ ନିମନ୍ତେ ଉନ୍ମୁକ୍ତ କରାଯିବ ।

ପ୍ରଧାନମନ୍ତ୍ରୀ କହିଲେ ଯେ ଦେଶର ଅକ୍ଷୟ ଶକ୍ତି କ୍ଷମତାକୁ ଗତ ଛଅ ବର୍ଷ ମଧ୍ୟରେ ଅଢ଼େଇ ଗୁଣ ବୃଦ୍ଧି କରାଯାଇଛି । ସେହିଭଳି ସୌର ଶକ୍ତି କ୍ଷମତା ଏହି ସମୟ ମଧ୍ୟରେ ପନ୍ଦର ଗୁଣ ବୃଦ୍ଧି ପାଇଛି ।         ଚଳିତ ବର୍ଷ ବଜେଟରେ ଭିତ୍ତିଭୂମି କ୍ଷେତ୍ରରେ ନିବେଶ ପିମନ୍ତେ ଅଭୂତପୂର୍ବ ପ୍ରତିବଦ୍ଧତା ପ୍ରଦର୍ଶନ କରାଯାଇଛି । ଏହା ମିଶନ ହାଇଡ୍ରୋଜେନ୍‍ଘରୋଇ ସୌର ସେଲ ଉତ୍ପାଦନ ଏବଂ ଅକ୍ଷୟ ଶକ୍ତି କ୍ଷେତ୍ରରେ ବ୍ୟାପକ ପୁଞ୍ଜିପ୍ରବେଶ ଭଳି ପ୍ରାବଧାନରୁ ସୁସ୍ପଷ୍ଟ ।

ପିଏଲଆଇ ଯୋଜନା ସମ୍ପର୍କରେ ନିଜର ମତ ପ୍ରଦାନ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏବେ ପିଆଇଏଲ ଯୋଜନାର ଅଂଶ ବିଶେଷ ସ୍ୱରୂପ ଉଚ୍ଚ କାର୍ଯ୍ୟଦକ୍ଷତା ସମ୍ପନ୍ନ ସୌର ପିଭି ମଡ୍ୟୁଲକୁ ଏଥିରେ ସାମିଲ କରାଯାଇଛି ଏବଂ ସରକାର ଏଥିରେ ୪୫୦୦ କୋଟି ଟଙ୍କା ନିବେଶ କରିବାକୁ ସ୍ଥିର ଦୃଢ଼ ସଂକଳ୍ପ । ପିଆଇଏ ଯୋଜନା ଅଧୀନରେ, ୧୦ ହଜାର ମେଗାୱାଟ କ୍ଷମତା ସମ୍ପନ୍ନ ସମନ୍ୱିତ ସୌର ପିଭି ଉତ୍ପାଦନ ପ୍ଲାଣ୍ଟ କାର୍ଯ୍ୟକାରୀ କରାଯିବ ଯେଉଁଥିରେ ୧୪ ହଜାର କୋଟି ଟଙ୍କାର ପୁଞ୍ଜି ନିବେଶ କରାଯିବ ।  ଏହା ଦ୍ୱାରା ସ୍ଥାନୀୟ ଭାବେ ପ୍ରସ୍ତୁତ ଇଭିଏସୌର ଗ୍ଲାସବ୍ୟାକସିଟ୍‍ଜଙ୍କସନ୍‍ ବକ୍ସ ଇତ୍ୟାଦି ନିମନ୍ତେ ଚାହିଦା ବୃଦ୍ଧି ପାଇପାରେ । “ଆମେ ଆମର କମ୍ପାନୀମାନଙ୍କୁ ବୈଶ୍ୱିକ ଉତ୍ପାଦନ ଚାମ୍ପିଅନରେ ପରିଣତ ହେବାର ଦେଖିବାକୁ ଚାହୁଁ । ସେମାନେ କେବଳ ସ୍ଥାନୀୟ ଚାହିଦା ପୂରଣ କରିବା ନିମନ୍ତେ କାର୍ଯ୍ୟକ୍ଷମ ହେବା ଆମର ଉଦ୍ଦେଶ୍ୟ ନୁହେଁ” ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଛନ୍ତି ।

Leave A Reply

Your email address will not be published.