ସୁପ୍ରିମକୋର୍ଟରେ ଆଜି କୋଟିଆ ଶୁଣାଣି

167

ନୂଆଦିଲ୍ଲୀ: କୋଟିଆ ମାମଲାର ଆସନ୍ତାକାଲି ସୁପ୍ରିମ୍କୋର୍ଟରେ ଶୁଣାଣି ହେବ । ଆନ୍ଧ୍ର ବିରୋଧରେ ଓଡ଼ିଶା କରିଥିବା ଅଦାଲତ ଅବମାନନା ମାମଲାରେ ଆସନ୍ତାକାଲି ଶୁଣାଣି ହେବ । ତା’ପୂର୍ବରୁ ସର୍ବୋଚ୍ଚ ଅଦାଲତରେ ସତ୍ୟପାଠ ଦାଖଲ କରିଛନ୍ତି ବିଜୟନଗରମ୍ ଜିଲ୍ଲାପାଳ । ଏହି ସତ୍ୟପାଠରେ ଦର୍ଶାଯାଇଛି, ବିବାଦୀୟ ଗାଁ ଓଡ଼ିଶାର ନୁହେଁ, ଆନ୍ଧ୍ର ପରିସୀମାରେ ରହିଛି । କୋଟିଆ ଅଞ୍ଚଳର ଗଞ୍ଜେଇଭଦ୍ରା, ପାଟୁଚେନ୍ନାରୁ ଓ ପାଗୁଳୁଚେନ୍ନୁରୁରେ ଆନ୍ଧ୍ର ପକ୍ଷରୁ ୧୯୫୨ ମସିହାରୁ ନିର୍ବାଚନ ହୋଇଆସୁଛି ।

୨୦୦୬-୧୩ରେ ବି ହୋଇଥିଲା ପଞ୍ଚାୟତ ଭୋଟ । ସତ୍ୟପାଠରେ ଆନ୍ଧ୍ର ସଫେଇ ଦେଇ କହିଛି କୋଟିଆରେ ନିର୍ବାଚନ କରି ଅଦାଲତଙ୍କ ଅବମାନନା କରିନାହିଁ । କାରଣ ୧୯୬୮ ମସିହାରେ ହୋଇଥିବା ମାମଲା ଉପରେ ୨୦୦୬ରେ ସୁପ୍ରିମ୍କୋର୍ଟ ଦେଇଥିବା ରାୟରେ ମୂଳ ମାମଲାକୁ ଅଗ୍ରାହ୍ୟ କରିଥିଲେ । ରାଜିନାମା ପାଇଁ ଓଡ଼ିଶା କରିଥିବା ଆବେଦନକୁ ଅନୁମତି ଦେଇଥିଲେ ସର୍ବୋଚ୍ଚ ଅଦାଲତ । ଉଭୟ ରାଜ୍ୟ ସେହି ସ୍ଥାନରେ ସ୍ଥାତାବସ୍ଥା ବଜାୟ ରଖିବାକୁ ଚୁକ୍ତି କରିଥିଲେ ।

ସେତେବେଳେ କୋର୍ଟଙ୍କ କୌଣସି ନିର୍ଦ୍ଦେଶ ନଥିବାରୁ ଅଦାଲତ ଅବମାନନା ହୋଇନଥିବା ସତ୍ୟପାଠରେ ଉଲ୍ଲେଖ କରିଛି ଆନ୍ଧ୍ର ସରକାର । ଆଇନଜୀବୀଙ୍କ ମତରେ କୋଟିଆର ସମ୍ପୃକ୍ତ ସ୍ଥାନରେ ସ୍ଥିତାବସ୍ଥା ରଖିବାକୁ ଉଭୟ ରାଜ୍ୟ କରିଥିବା ଚୁକ୍ତିକୁ ରେକର୍ଡଭୁକ୍ତ କରିଥିଲେ ସୁପ୍ରିମ୍କୋର୍ଟ । ସେହି ଅଣ୍ଡରଟେକିଂକୁ ଯେଉଁ ରାଜ୍ୟ ଅମାନ୍ୟ କରିବ ତାହା ଅଦାଲତ ଅବମାନନା ବୋଲି ମତ ରଖିଛନ୍ତି ଆଇନଜୀବୀ ।

ଏହାପରେ ରାଜସ୍ୱ ମନ୍ତ୍ରୀ ସୁଦାମ ମାରାଣ୍ଡି କହିଛନ୍ତି ଯେ, କୋଟିଆ ଓଡ଼ିଶାର ଅବିଚ୍ଛେଦ୍ୟ ଅଙ୍ଗ । ଏହା ଓଡ଼ିଶାରେ ଥିଲା, ଅଛି ଓ ରହିବ । କୋଟିଆରେ ଆନ୍ଧ୍ର ପଞ୍ଚାୟତ ନିର୍ବାଚନ କରିବା ନେଇ ଓଡ଼ିଶା ସରକାର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଓଡ଼ିଶାର ଆବେଦନକୁ ଗ୍ରହଣ କରି ଆନ୍ଧ୍ର ସରକାରଙ୍କୁ ନୋଟିସ କରିଥିଲେ ସର୍ବୋଚ୍ଚ ଅଦାଲତ । କୋଟିଆ ପଞ୍ଚାୟତରେ ୨୮ ଗାଁରେ ଅଛନ୍ତି ମୋଟ ୫୪୨୦ ଭୋଟର । ଏଥିରୁ ତିନୋଟି ଗାଁ ସୀମା ବିବାଦ ଭିତରେ ରହିଛି ।

Leave A Reply

Your email address will not be published.