କୋରାପୁଟ: ନନ୍ଦପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ୧୭ ନ ୱାର୍ଡ ଓ ୧୮ ନ ୱାର୍ଡକୁ ନେଇ ଖଡ଼ଗପୁର ଠାରୁ ଗଡିଆଲିବନ୍ଦ ନିକଟରୁ ଗ୍ରାମ କୁ ଯିବା ଆସିବା କରିବା ପାଇଁ ପକା ରାସ୍ତା ଟିଏ ରହିଛି । ଏହି ରାସ୍ତା ଦେଇ ସହ ସହ ଲୋକ ଯିବା ଆସିବା କରୁଛନ୍ତି । ବର୍ତ୍ତମାନ ଉକ୍ତ ରାସ୍ତା କଡ଼ରେ ନନ୍ଦପୁର ITI କଲେଜ୍ ନିର୍ମାଣ କାର୍ୟ୍ୟ ଚାଲୁରହିଛି । କିନ୍ତୁ ଠିକାଦାର ମନମୁଖୀ କାର୍ୟ୍ୟ କଳାପ ଯୋଗୁ ପୁରୁଣା ରାସ୍ତାକୁ ଖୋଳି ରାସ୍ତା ମଝିରେ ଗର୍ତ୍ତ ସୃଷ୍ଟି କରି ଗାଁ ରାସ୍ତାକୁ ସମ୍ପୂର୍ଣ ବନ୍ଦ୍ କରି ଦେଇଛନ୍ତି । ଯାହା ଫଳରେ ଗ୍ରାମବାସୀ ଯିବା ଆସିବା କରିବା ପାଇଁ ନାହିଁ ନଥିବା ହଇରାଣରେ ପଡୁଛନ୍ତି । ଗ୍ରାମବାସୀ ମିଳିତ ହୋଇ ରାସ୍ତା ନ ଖୋଲିବା ପାଇଁ ଠିକାଦାରଙ୍କୁ ବାରଣ କରିବା ସହ ବିଭାଗୀୟ ଅଧିକାରୀଙ୍କୁ ଲିଖିତ ଅଭିଯୋଗ ପ୍ରଦାନ କରିଛନ୍ତି । ଗ୍ରାମବାସୀଙ୍କ ସମେତ ଖଡ଼ଗପୁର ଭୈରବୀ ଆଦିବାସୀ ଯୁବକ ସଂଘର ସଭାପତି ଶ୍ରୀ ଭଗବାନ ମୁଦୁଲିଙ୍କ ନେତୃତ୍ୱରେ ସଦସ୍ୟ ମାନେ ଲିଖିତ ଅଭିଯୋଗ କମିଶନର କମ୍ ସେକ୍ରେଟାରୀ ପଞ୍ଚାୟତ ରାଜ ବିଭାଗ, ମୁଖ୍ୟ ସଚିବ ରାଜସ୍ବ ବିଭାଗ, ସଚିବ ଗ୍ରାମ୍ୟ ଉନ୍ନୟନ, ସଚିବ ସ୍କୁଲ ଓ ଗଣ ଶିକ୍ଷା ବିଭାଗ, ସଚିବ ବିଜ୍ଞାନ ଓ ପ୍ରଯୁକ୍ତି ବିଭାଗ, ସଚିବ ST ଌ SC ଉନ୍ନୟନ, ଜିଲ୍ଲାପାଳ କୋରାପୁଟ, ଉପଜିଲ୍ଲପାଳ କୋରାପୁଟ, ଆରକ୍ଷୀ ଅଧିକାରୀ କୋରାପୁଟ, BDO ଌ ତହସିଲଦାର ନନ୍ଦପୁର ଙ୍କ ଅବଗତି ଓ ବିହିତ କାର୍ୟ୍ୟନୁଷ୍ଠାନ ନିମନ୍ତେ ଅନୁରୋଧ କରିବା ସହ କଲେଜ ନିର୍ମାଣ ସମୟରେ ରାସ୍ତା ନ କାଟିବା ପାଇଁ ଦାବି ପତ୍ର ଦେଇଛନ୍ତି ।
Sign in
Sign in
Recover your password.
A password will be e-mailed to you.