କର୍ଲାପାଟ ଅଭୟାରଣ୍ୟରେ ଆଉ ଏକ ଛୁଆ ହାତୀର ମୃତ୍ୟୁ : ୨୦ ଦିନରେ ୭ ହାତୀ ମଲେଣି

142
ଭବାନୀପାଟଣା:  କଳାହାଣ୍ଡି ଜିଲ୍ଲା କର୍ଲାପାଟ ଅଭୟାରଣ୍ୟରେ ହାତୀ ମଡ଼କ ଥମିବାର ନାଁ ଧରୁନି । ଗତକାଲି କର୍ଲାପାଟ ଅଭୟାରଣ୍ୟରେ ଆଉ ଏକ ହାତୀ ଛୁଆର ମୃତ୍ୟୁ ଘଟିଛି । ଫଳରେ ଗତ ୨୦ ଦିନ ମଧ୍ୟରେ କର୍ଲାପାଟ ଅଭୟାରଣ୍ୟରେ ହାତୀ ମୃତ୍ୟୁ ସଂଖ୍ୟା ୭କୁ ବୃଦ୍ଧି ପାଇଛି । ସାହାଣ ରୋଗ ଯୋଗୁଁ ହାତୀଙ୍କ ମୃତ୍ୟୁ ଘଟୁଥିବା କେନ୍ଦ୍ରୀୟ ଟିମ୍ ସ୍ପଷ୍ଟ କରିଛି । ତେବେ କେମିତି ଏହି ରୋଗ ଅଭୟାରଣ୍ୟ ଅଂଚଳରେ ବ୍ୟାପୁଛି, ସେନେଇ ବନ ବିଭାଗ ପକ୍ଷରୁ ଅଧିକ ତଦନ୍ତ ଜାରୀ ରହିଛି ।
ଏଠାରେ ଉଲ୍ଲେଖଯୋଗ୍ୟ, କର୍ଲାପାଟ ଅଭୟାରଣ୍ୟରେ ହାତୀ ମୃତ୍ୟୁ ଘଟଣାର ଅନୁଧ୍ୟାନ ପାଇଁ ତିନି ଜଣିଆ ଟିମ୍ ସେଠାକୁ ଯାଇଥିଲା । ଶନିବାର ଦିନ ତମାମ ଟିମ୍ ର ସଦସ୍ୟ ମାନେ ଅଭୟାରଣ୍ୟରେ ବୁଲି ସ୍ଥିତି ଅନୁଧ୍ୟାନ କରିଥିଲେ । ସଂନ୍ଧ୍ୟାରେ ଭବାନୀପାଟଣା ଫେରି ଜିଲ୍ଲାପାଳଙ୍କ ସହ ଏନେଇ ବିସ୍ତୃତ ଭାବେ ଆଲୋଚନା କରିଥିଲେ ।
Leave A Reply

Your email address will not be published.