ଭୁବନେଶ୍ୱର: କରୋନାର ନୂଆ ଷ୍ଟ୍ରେନ୍ ନେଇ ଦେଶର କେତେକ ରାଜ୍ୟରେ ଭୟର ବାତାବାରଣ ଖେଳି ଯାଇଛି । ସଂପୃକ୍ତ ରାଜ୍ୟମାନଙ୍କରେ ପୁଣି ଲକଡାଉନ୍ ଫେରିଛି । ଏ ନେଇ ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ କହିଛନ୍ତି ଯେ, ଆମେ କୋଭିଡର ସଠିକ ମୁକାବିଲା କରି ସଫଳତା ପାଇଛୁ । ପୂର୍ବଭଳି ମାସ୍କ ବ୍ୟବହାର ସହ ସାମାଜିକ ଦୂରତା ବଜାୟ ରଖନ୍ତୁ । ଏଥିରୁ ବିଚ୍ୟୁତ ହେବା ଉଚିତ୍
ନୁହେଁ । ସେ ଆହୁରି ମଧ୍ୟ କହିଛନ୍ତି, ଗତକାଲି ମୁଖ୍ୟମନ୍ତ୍ରୀ ଅପିଲ କରିଛନ୍ତି,”ଆମେ ସଚେତନ ରହିବା ଦରକାର’ । ଆମର ଯଦିଓ ଭୟାବହତା ନାହିଁ, ତଥାପି ଏହାକୁ କାଜୁଆଲି ନେବା ଉଚିତ୍ ନୁହେଁ । ମନ୍ତ୍ରୀ ଆହୁରି କହିଛନ୍ତି ଯେ, ସ୍କୁଲ ବନ୍ଦ କିମ୍ବା ଲକଡାଉନ୍ ସମ୍ପର୍କରେ ବିଶେଷ ପରିସ୍ଥିତି ଆସିଲେ ସେ ସଂପର୍କରେ ଚିନ୍ତା କରାଯିବ । ବର୍ତ୍ତମାନ ଏସ୍ଓପି ଅନୁଯାୟୀ ସ୍କୁଲ ଚାଲିଛି । ଅବସ୍ଥାକୁ ଦେଖି ବିଚାର କରାଯିବ ବୋଲି ସେ କହିଛନ୍ତି ।
Sign in
Sign in
Recover your password.
A password will be e-mailed to you.
Prev Post