ସାଲେପୁର: କଟକ ଜିଲ୍ଲାର ନିଶ୍ଚିନ୍ତକୋଇଲି ତହସିଲ ଅନ୍ତର୍ଗତ ନେମାଳ ସ୍ଥିତ ମହାପୁରୁଷ ଅଚ୍ୟୁତାନନ୍ଦଙ୍କ ସ୍ଵନକ୍ଷେତ୍ର ଦିବସ ଉପଲକ୍ଷେ ୨୩ ତାରିଖ ମଙ୍ଗଳବାର ଭୌମି ଏକାଦଶୀ ଅବସରରେ ହେବାକୁଥିବା ଅଷ୍ଟପହର ନାମଯଜ୍ଞ କୋଭିଡ଼ ନିୟମ ଅନୁଯାୟୀ ଅନୁଷ୍ଠିତ ହେବ । ଏଣୁ ତହସିଲଦାର ମାନସ ରଞ୍ଜନ ତରସିୟା ମହାପୁରୁଷଙ୍କ ଗାଦିର ୨୦୦ ମିଟର ପରିଧି ମଧ୍ୟରେ ୧୪୪ ଧାରା କଟକଣା ଜାରିକରିଛନ୍ତି । ଏହି କଟକଣା ୨୨ତାରିଖ ସନ୍ଧ୍ୟାରୁ ୨୪ ତାରିଖ ସଂଧ୍ୟା ୬ଟା ପର୍ଯ୍ୟନ୍ତ ବଳବତର ରହିବ । ନେମାଳ ଥାନା ପୋଲିସ ଓ ପ୍ରଶାସନ ଏଥିପ୍ରତି ଗୁରୁତ୍ୱ ଦେବାକୁ କୁହାଯାଇଛି ।
Sign in
Sign in
Recover your password.
A password will be e-mailed to you.