କଡ଼ାକଡ଼ି କର କଟକଣା: ଏସ୍ଆରସି

153

-ମାଇକ୍ ଯୋଗେ ପ୍ରଚାର କର: ବାହାଘର-ବ୍ରତଘରକୁ ଜଗ

ଭୁବନେଶ୍ୱର: ରାଜ୍ୟରେ କରୋନା କଟକଣା ପୁଣି କଡ଼ାକଡ଼ି ଭାବେ ଲାଗୁ କରାଯିବ । ପଡୋଶୀ ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ରାଜ୍ୟ ସରକାରଙ୍କ ପକ୍ଷରୁ ସତକର୍ତା ମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି । ରାଜ୍ୟକୁ ପୁଣି ଫେରିାରେ କରୋନା । ତେଣୁ ସମସ୍ତେ ସତର୍କ ରହିବା ଦରକାର । ଏଣିକି ରାଜ୍ୟରେ କରୋନା ଗାଇଡଲାଇନ୍ କଡ଼ାକଡି ପାଳନ କରାଯିବ ବୋଲି ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ନିର୍ଦ୍ଦେଶନାମା ଜାରି କରିଛନ୍ତି ।

ଏନେଇ ଆଜି ସ୍ୱତନ୍ତ୍ର ରିଲିଫ କମିଶନର ରାଜ୍ୟର ସମସ୍ତ ଜିଲ୍ଲାର ଜିଲ୍ଲାପାଳ, ମହାନଗର ନିଗମ କମିଶନର,ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀ ଓ ଏନ୍ଏସି କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ କରିଛନ୍ତି । ଢାବା, ରେଷ୍ଟୁରାଣ୍ଟ ଓ ହୋଟେଲଗୁଡିକରେ ତୀକ୍ଷ୍ଣ ନଜର ରଖିବା ସହ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀମାନେ ବିଭିନ୍ନ ସ୍ଥାନକୁ ଯାଇ ପରିସ୍ଥିତି ତଦାରଖ କରିବେ । ସାଧାରଣ ସ୍ଥାନରେ ଗହଳି କରି ଖାଇବା ଉପରେ ରୋକ୍ ଲଗାଯିବାକୁ ଅଧିକାରୀମାନେ ପଦକ୍ଷେପ ନେବା ପାଇଁ ପରାମର୍ଶ ଦିଆଯାଇଛି ।

ନିୟମ ଉଲ୍ଲଙ୍ଘନ କଲେ ବ୍ୟବସାୟିକ ପ୍ରତିଷ୍ଠାନଗୁଡ଼ିକୁ ସିଲ୍ କରିଦିଆଯିବ । ବଜାର ଓ ହାଟରେ ଡାକବାଜି ଯନ୍ତ୍ର ଦ୍ୱାରା ଜନସାଧାରଣଙ୍କୁ ସଚେତନତା ପାଇଁ ନିର୍ଦ୍ଦେଶ ଜାରି ହୋଇଛି । ସେହିରି ଧାର୍ମିକ,କ୍ରୀଡ଼ା ଓ ମନୋରଞ୍ଜନ ସ୍ଥାନଗୁଡ଼ିକରେ ଭିଡ଼ ଏଡ଼ାଇବାକୁ ନିର୍ଦ୍ଦେଶ ରହିଛି । ସେହିପରି ଶିକ୍ଷାନୁଷ୍ଠାନ ଉପରେ ନିର୍ଦ୍ଦେଶ ଦେଇଛନ୍ତି । ତୁରନ୍ତ କୋଭିଡ୍ ନିୟମାବଳୀ କଡ଼ାକଡ଼ି ଭାବେ ପାଳନ କରିବାକୁ ପଦକ୍ଷେପ ନେବାକୁ ସେ କହିଛନ୍ତି ।

ବିଭିନ୍ନ ସ୍ଥାନରେ ଜନସାଧାରଣ ସତର୍କ ନଜର ରଖିବାକୁ ନିର୍ଦ୍ଦେଶ ଜାରି ହୋଇଛି । ଅଙ୍ଗନବାଡ଼ି କେନ୍ଦ୍ରରେ ପରିଷ୍କାର ଓ ପରିଚ୍ଛନ୍ନତାକୁ ଗୁରୁତ୍ୱ ଦିଆଯିବାକୁ ଥିବାବେଳେ ଶିକ୍ଷାନୁଷ୍ଠାନରେ ଶିକ୍ଷକ ଓ ସଂପୃକ୍ତ କର୍ତ୍ତୃକ୍ଷଙ୍କୁ ସ୍ୱଚ୍ଛତା ପ୍ରତି ଧ୍ୟାନ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ଶିକ୍ଷାନୁଷ୍ଠାନରେ ପାଠପଢ଼ା ବ୍ୟତୀତ ଅନ୍ୟ କିଛି କାର୍ଯ୍ୟକ୍ରମ ହେବନାହିଁ । ଶିକ୍ଷାନୁଷ୍ଠାନଗୁଡ଼ିକରେ ଥର୍ମାଲ୍ ସ୍କାନିଂ, ସାନିଟାଇଜର ବ୍ୟବହାର ଓ ସମାଜିକ ଦୂରତା ବଜାୟ ରଖିବା ଉପରେ ଗୁରୁତ୍ୱ ଦିଆଯାଇଛି । ବାହାଘର, ବ୍ରତଘର ଭଳି ସାମାଜିକ କାର୍ଯ୍ୟକ୍ରମରେ ଯେପରି କରୋନା ନିୟମାବଳୀ ପାଳନ ହେବ ସେଥ୍ରିତି ଧ୍ୟାନ ଦେବାକୁ କୁହାଯାଇଛି ।

ସେହିରି କୌଣସି ସ୍ଥାନରେ ଅନେକ ଲୋକ ଏକାଠି ହେବାକୁ ଏଡ଼ାଇବା ଲାଗି କୁହାଯାଇଛି । ଗାଇଡଲାଇନ୍ ପାଳନ ସମ୍ପର୍କିତ ସାପ୍ତାହିକ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ରହିଛି । ଏ ସମସ୍ତ ଗାଇଡ୍ଲାଇନ୍ କଡ଼ାକଡ଼ି ଭାବେ ପାଳନ କରିବାକୁ ଏସ୍ଆରସି ସବୁ ଜିଲ୍ଲାପାଳ, ମ୍ୟୁନିସିାଲ୍ କମିଶନର ଓ ଏସ୍ ପିଙ୍କୁ ଚିଠି ଲେଖି ଜଣାଇଛନ୍ତି ।

Leave A Reply

Your email address will not be published.