ଭୁବନେଶ୍ୱର: ହୁ ହୁ ବଢିଲାଣି ପିଆଜ ଦର । ଯେଉଁ ପିଆଜ ୨ ସପ୍ତାହ ତଳେ ୪୫ ଟଙ୍କାରେ ବିକ୍ରି ହେଉଥିଲା ତାହା ଏବେ ୬୦ରେ ପହଞ୍ଚିଲାଣି । ପିଆଜର ଅହେତୁକ ଦରବୃଦ୍ଧି ପାଇଁ ଖାଉଟି ହନ୍ତସନ୍ତ ହେଲେଣି । ତେବେ ବ୍ୟବସାୟୀଙ୍କ କହିବା କଥା ନାସିକରୁ ପିଆଜ ଆମଦାନୀ କମିଥିବାରୁ ରାଜ୍ୟରେ ପିଆଜ ଦର ବଢିଛି । ପୁଣି କନ୍ଦାଇବା ଆରମ୍ଭ କଲାଣି ପିଆଜ । ପିଆଜ କିଲୋ ରାଜ୍ୟର ଖୁଚୁରା ବଜାରରେ ୬୦ରେ ପହଞ୍ଚିଲାଣି ।
୨ ସପ୍ତାହ ତଳେ ଏହା ୪୫ ରୁ ୫୦ ଟଙ୍କା ଥିଲା । ପିଆଜ ଦର ବୃଦ୍ଧିକୁ ନେଇ ଖାଉଟି ପଡିଲେଣି ଅଡୁଆରେ । ଯେଉଁଠି ଖାଉଟି କେଜିଏ ପିଆଜ କିଣୁଥିଲା ସେଠି ଏବେ ଅଧା କେଜିରେ କାମ ଚଳାଇବାକୁ ବାଧ୍ୟ ହେଉଛି । ତେବେ କାହିଁକି ଏଭଳି ହଠାତ୍ ବଢି ଚାଲିଛି ପିଆଜ ଦର ? କୁହାଯାଉଛି ପିଆଜ ଅମଳ ହେଉଥିବା ନାସିକରେ ବର୍ଷା ହେବା ଆସିବା କଥା ତାହା ଆସୁନାହିଁ ।
ନାସିକ୍ ହୋଲସେଲ୍ ବଜାରରେ ଏବେ ପିଆଜ ଦର କିଲୋ ପିଛା ୪୨ ଟଙ୍କାରେ କିଣିବାକୁ ପଡୁଛି । ପରିବହନ ହୋଇ ଆସିବା ପରେ ଏହା ୬୦ ଟଙ୍କାରେ ବିକିବାକୁ ବାଧ୍ୟ ହେଉଛୁ ବୋଲି କହିଛନ୍ତି । ତେବେ ଉକ୍ରଳ ବ୍ୟବସାୟୀ ସଂଘର ସଂପାଦକଙ୍କ କହିବା କଥା ପିଆଜ ଦର ଆଉ ସପ୍ତାହେ ପର୍ଯ୍ୟନ୍ତ ଏହି ଦର ରହିବ । ଏହାପରେ ୧୦ରୁ ୧୫ ଟଙ୍କା କମିଯିବାର ଆଶା ରହିଛି । ଦରବୃଦ୍ଧି କେବଳ ସାମୟିକ ବୋଲି ସେ କହିଛନ୍ତି ।