ପ୍ରଧାନମନ୍ତ୍ରୀ ମଧ୍ୟ ଆଇଅଇଟି ଖଡଗପୁରର ୬୬ ତମ ସମାରୋହକୁ ସମ୍ବୋଧିତ କରିବେ
-ପ୍ରଧାନମନ୍ତ୍ରୀ ୨୩ ଫେବୃଆରୀ ୨୦୨୧ ରେ ଆଇଆଇଟି ଖଡଗପୁରରେ ଥିବା ଡକ୍ଟର ଶ୍ୟାମା ପ୍ରସାଦ ମୁଖାର୍ଜୀ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ ଆଣ୍ଡ ରିସର୍ଚ୍ଚର ଉଦଘାଟନ କରିବେ
-ପ୍ରଧାନମନ୍ତ୍ରୀ ମଧ୍ୟ ଆଇଅଇଟି ଖଡଗପୁରର ୬୬ ତମ ସମାରୋହକୁ ସମ୍ବୋଧିତ କରିବେ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୩ ଫେବୃଆରୀ ୨୦୨୧ ଅପରାହ୍ନ ୧୨.୩୦ରେ ଭିଡିଓ କନଫରେନ୍ସି ମାଧ୍ୟମରେ ଆଇଆଇଟି ଖଡଗପୁରରରେ ଥିବା ଡକ୍ଟର ଶ୍ୟାମା ପ୍ରସାଦ ମୁଖାର୍ଜୀ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ ଆଣ୍ଡ ରିସର୍ଚ୍ଚର ଉଦଘାଟନ କରିବେ ଏବଂ ଆଇଆଇଟି ଖଡଗପୁରର ୬୬ ତମ ସମାରୋହକୁ ସମ୍ବୋଧିତ କରିବେ । ଏହି ଅବସରରେ ପଶ୍ଚିମବଙ୍ଗର ରାଜ୍ୟପାଳ, କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଏବଂ କେନ୍ଦ୍ର ଶିକ୍ଷା ରାଷ୍ଟ୍ରମନ୍ତ୍ରୀ ମଧ୍ୟ ଉପସ୍ଥିତ ରହିବେ ।
ଡକ୍ଟର ଶ୍ୟାମା ପ୍ରସାଦ ମୁଖାର୍ଜୀ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସ ଆଣ୍ଡ ରିସର୍ଚ୍ଚ
ଶିକ୍ଷା ମନ୍ତ୍ରଣାଳୟର ସହଯୋଗରେ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ଖଡଗପୁର ଦ୍ୱାରା ଏହି ସୁପର ସ୍ପେସିଆଲିଟି ହସ୍ପିଟାଲ ପ୍ରତିଷ୍ଠା କରାଯାଇଛି । ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିକୋଣରୁ ଏହି ଅନୁଷ୍ଠାନ ଅନୁପ୍ରାଣିତ ହୋଇଛି ଯେ ବିଜ୍ଞାନ ଏବଂ ଉଦ୍ଭାବନରେ ପୁଞ୍ଜି ବିନିଯୋଗ ଏବଂ ଏହାର ଗବେଷଣା ଦ୍ୱାରା ଭାରତର ଭବିଷ୍ୟତ ଗଠନ ହେବ । ଏହି ଡାକ୍ତରଖାନା ଜ୍ଞାନକୌଶଳ ଏବଂ ସ୍ୱାସ୍ଥ୍ୟସେବା ମଧ୍ୟରେ ମିଶ୍ରଣର ଏକ ଉତ୍ପାଦ ହେବ ।
ଆଇଆଇଟି ଖଡଗପୁରର ଉତ୍ତରାଧିକାରୀ ଭାବେ ଏହି ପ୍ରତିଷ୍ଠାନ ସ୍ୱାସ୍ଥ୍ୟସେବା ଜ୍ଞାନକୌଶଳର ବିକାଶ କରିବ, ଏହି ଡାକ୍ତରଖାନା ଦ୍ରୁତ ବାୟୋମେଟିକାଲ, କ୍ଲିନିକାଲ ଏବଂ ଟ୍ରାନ୍ସଲେସନାଲ ଗବେଷଣା, ରିମୋଟ ଡାଇଗ୍ନୋଷ୍ଟିକ୍ର ବିକାଶ, ଟେଲିମେଡିସିନ୍, ଟେଲିରାଡାଇଓଲୋଜିର ବିକାଶ ସହିତ ଔଷଧ ଡିଜାଇନ୍ ଏବଂ ବିତରଣ କ୍ଷେତ୍ରରେ ଗବେଷଣା କରିବ । ସ୍ନାତକୋତ୍ତର ଏବଂ ଡକ୍ଟରାଲ୍ ପ୍ରୋଗ୍ରାମ ସହିତ ୨୦୨୧-୨୨ ଶିକ୍ଷାବର୍ଷରୁ ଏମ୍ବିବିଏସ୍ ପାଠ୍ୟକ୍ରମ ଆରମ୍ଭ ହେବ ବୋଲି ଆଶା କରାଯାଉଛି ।