୧ଲକ୍ଷ ୭୦ ହଜାର କୋଟି ଟଙ୍କାର ବଜେଟ୍

173
ଭୁବନେଶ୍ୱର: ରାଜ୍ୟ ଅର୍ଥମନ୍ତ୍ରୀ ଶ୍ରୀ ନିରଂଜନ ପୂଜାରୀ ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ୧ଲକ୍ଷ ୭୦ ହଜାର କୋଟି ଟଙ୍କାର ବଜେଟ୍ ଉପସ୍ଥାପନ କରିଛନ୍ତି ।
ବଜେଟ୍ ଉପସ୍ଥାପନ କରି ମନ୍ତ୍ରୀ ଶ୍ରୀ ପୂଜାରୀ କହିଥିଲେ ଯେ କୋଭିଡ଼ ମହାମାରୀ ମାନବଜାତିକୁ ବଡ଼ ସଂକଟରେ ପକାଇଥିଲା, ସରକାରଙ୍କ ସକାରାତ୍ମକ ଚିନ୍ତାଧାରା ମହାମାରୀକୁ ମୁକାବିଲା କରିପାରିଥିଲା । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଓଡ଼ିଶାକୁ ପ୍ରଶଂସା କରିଛନ୍ତି । ଆଉ କିଛି ଦିନ ଆମକୁ ସତର୍କ ଓ ସାବଧାନ ରହିବାକୁ ପଡ଼ିବ । ଇ- ବଜେଟ୍ ଉପସ୍ଥାପନରେ ଓଡିଶା ସମ୍ଭବତଃ ଦେଶରେ ପ୍ରଥମ ରାଜ୍ୟ । ଓଡିଶା ଅର୍ଥନୀତିର ଅଭିବୃଦ୍ଧି ହାର ଜାତୀୟ ହାର ତୁଳନାରେ ବଢିଚାଲିଛି । ଚଳିତ ବର୍ଷ ଜିଡିପି ୪.୯କୁ ହ୍ରାସ ପାଇବ ବୋଲି ଅକଳନ କରାଯାଇଛି । କୋଭିଡ଼ ସତ୍ୱେ ଚଳିତ ବର୍ଷ ରାଜସ୍ୱ ଆୟ ୧୦% ବୃଦ୍ଧି ଆକଳନ ଚଳିତ ବର୍ଷ ଋଣ ଭାର ଜିଏସଡିପିର ୨୦.୯% ହେବା ଆକଳନ କରାଯାଇଛି ।
୧ଲକ୍ଷ ୭୦ ହଜାର କୋଟି ଟଙ୍କାର ବଜେଟ୍ ମଧ୍ୟରେ ପ୍ରଶାସନିକ ବ୍ୟୟ ନିମନ୍ତେ ୮୫ ହଜାର କୋଟି ଟଙ୍କା , କାର୍ଯ୍ୟକ୍ରମ ବ୍ୟୟ ବାବଦକୁ ୭୫ ହଜାର କୋଟି ଟଙ୍କା , ବିପର୍ଯ୍ୟୟ ପ୍ରଶମନ ବ୍ୟୟ ଲଶଗି ୩ ହଜାର ୫୦ କୋଟି ଟଙ୍କା ଏବଂ ସ୍ଥାନୀୟ ନିକାୟ ସଂସ୍ଥା ଓ ଉନ୍ନୟନ ସଂସ୍ଥାକୁ ହସ୍ତାନ୍ତର ପାଇଁ ୬ ହଜାର ୯୫୦ କୋଟି ଟଙ୍କା ଅର୍ନ୍ତଭୁକ୍ତ । ଏହା ବ୍ୟତୀତ ଓଡିଶା ଖଣିଜସମ୍ପଦ ଧାରକ ଅଂଚଳ ଉନ୍ନୟନ ନିଗମ , ଜିଲ୍ଲା ଖଣିଜ ପାଣ୍ଠି ଓ ସରାକରୀ ଉଦ୍ୟୋଗମାନଙ୍କଠାରୁ ପ୍ରାପ୍ତ ୮ହଜାରକୋଟି ଟଙ୍କା ବଜେଟ୍ ବର୍ହିଭୁତ ସମ୍ବଳ ବ୍ୟୟ କରାଯିବ ଯାହା ସରକାରୀ ଖର୍ଚ୍ଚ ବୃଦ୍ଧିରେ ସହାୟକ ହେବ ।
ଚଳିତ ବଜେଟ୍ ରେ କାଳିଆ ଯୋଜନା ପାଇଁ ୧୮୦୦ କୋଟି ଟଙ୍କାର ବ୍ୟୟବରାଦ ହୋଇଛି ।
ବିହନ ପାଇଁ ଶହେ ଓ ସାର ପାଇଁ ୧୦୦ କୋଟି ଟଙ୍କାର ଅତିରିକ୍ତ ପାଣ୍ଠିର ବ୍ୟବସ୍ଥା କରାଯାଇଛି । ସେହିପରି ଉଦ୍ୟାନ କୃଷିର ବିକାଶ ପାଇଁ ୧୩୨ କୋଟି ଏବଂ ରାଷ୍ଟ୍ରୀୟ କୃଷି ବିକାଶ ଯୋଜନାରେ ୪୫୦ କୋଟି ବ୍ୟୟବରାଦ ହୋଇଛି । କଳାହାଣ୍ଡି ଏବଂ ନବରଙ୍ଗପୁରରେ ୨ଟି ମଧ୍ୟମ ଜଳସେଚନ ପ୍ରକଳ୍ପ ହେବ । ଜଳସେଚନ ପାଇଁ ମୋଟ ୨୨୫୮ କୋଟି ଟଙ୍କା ବ୍ୟୟବରାଦ ହୋଇଛି ।
ବନ୍ୟା ନିୟନ୍ତ୍ରଣ ପାଇଁ ମୋଟ ୭୧୦ କୋଟି ବ୍ୟୟବରାଦ, ପାର୍ବତୀ ଗିରି ଜଳସେଚନ ଯୋଜନା ପାଇଁ ୮୬୦ କୋଟି ବ୍ୟୟବରାଦ । ଗଭୀର ନଳକୂପ ଖନନ ପାଇଁ ୩୮୯ କୋଟି ଟଙ୍କା , ନବକୃଷ୍ଣ ଚୌଧୁରୀ ଜଳସେଚନ ଯୋଜନାରେ ୭୭ କୋଟି ବ୍ୟୟବରାଦ ହୋଇଛି ।
Leave A Reply

Your email address will not be published.