ଶୈବପୀଠ କପିଳାସରେ ମହାଶିବରାତ୍ରୀ ପାଇଁ କଟକଣା: ଆସିପାରିବେନି ଜିଲ୍ଲା ବାହାରର ଶ୍ରଦ୍ଧାଳୁ

135
ଢ଼େଙ୍କାନାଳ: ଆସନ୍ତା ମାର୍ଚ୍ଚ ୧୧ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ମହାଶିବରାତ୍ରୀ ଉପଲକ୍ଷେ ରାଜ୍ୟର ଅନ୍ୟତମ ଶୈବପୀଠ ଢ଼େଙ୍କାନାଳର କପିଳାସ ପୀଠରେ ଜିଲ୍ଲା ପ୍ରଶାସନ ପକ୍ଷରୁ କରୋନା କଟକଣା ଜାରୀ କରାଯାଇଛି ।
ପ୍ରତ୍ୟେକ ବର୍ଷ କପିଳାସ ସ୍ଥିତ ପ୍ରଭୁ ଚନ୍ଦ୍ରଶେଖରଙ୍କ ଏହି ଜାଗର ଯାତ୍ରା ଅବସରରେ ରାଜ୍ୟ ତଥା ରାଜ୍ୟ ବାହାରୁ ଏଠାକୁ ଛୁଟି ଆସିଥାନ୍ତି ଲକ୍ଷାଧିକ ଶ୍ରଦ୍ଧାଳୁ । ଶିବ ଦର୍ଶନ ସାଙ୍ଗକୁ ଜାଗର ଜାଳିବା ପାଇଁ ଏଠାରେ ଭକ୍ତଙ୍କ ଭିଡ଼ ଜମିଥାଏ । ହେଲେ ଚଳିତ ବର୍ଷ କରୋନା କଟକଣା ପାଇଁ କପିଳାସରେ ଜାଗର ଯାତ୍ରା ଫିକା ପଡିବ । କାରଣ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ଜାଗର ଯାତ୍ରାରେ ଜିଲ୍ଲା ବାହାରର ଶ୍ରଦ୍ଧାଳୁ କପିଳାସ ପୀଠକୁ ଆସିବାକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି । ସୋମବାର ଅନୁଷ୍ଠିତ ଜାଗର ଯାତ୍ରା ପ୍ରସ୍ତୁତି ବୈଠକରେ ଏହି ନିଷ୍ପତି ନିଆଯାଇଛି । ତେବେ ଆସନ୍ତା ମାର୍ଚ୍ଚ ମାସରେ ସ୍ଥିତିକୁ ଦେଖି ପୀଠରେ ଜାଗର ଯାତ୍ରା କିପରି ହେବ ସେ ସମ୍ପର୍କରେ ଚୂଡ଼ାନ୍ତ ନିଷ୍ପତି ନିଆଯିବ ବୋଲି ଜିଲ୍ଲାପାଳ କହିଛନ୍ତି ।
Leave A Reply

Your email address will not be published.