୫-ଟି ଛାଟ : ୩୪ ଶିକ୍ଷକଙ୍କୁ ବାଧ୍ୟତାମୂଳକ ଅବସର

165

ଭୁବନେଶ୍ୱର: ରାଜ୍ୟରେ ଜାରି ରହିଛି ବାଧ୍ୟତାମୂଳକ ଅବସର । ଶିକ୍ଷକଙ୍କୁ ୫-ଟି ଛାଟ । କାର୍ଯ୍ୟରେ ଅବହେଳା ଅଭିଯୋଗରେ ସୁନ୍ଦରଗଡ଼ ଜିଲ୍ଲାର ୩୪ ଜଣ ଶିକ୍ଷକଙ୍କୁ ଦିଆଯାଇଛି ବାଧ୍ୟତାମୂଳକ ଅବସର । ପ୍ରାଥମିକ ବିଦ୍ୟାଳୟର ୧୫ଜଣ ଶିକ୍ଷକଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଥିବା ବେଳେ ମାଧ୍ୟମିକ ବିଦ୍ୟାଳୟର ୧୯ ଜଣ ଶିକ୍ଷକଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି । ପୂର୍ବରୁ ଅନେକ ବଡ଼ ବଡ଼ ଅଧିକାରୀଙ୍କୁ ୫-ଟି ଛାଟ ପଡ଼ିଛି ।

ସେମାନଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି । ସେ କିରାଣୀ ହୁଅନ୍ତୁ କି ବଡ଼ ଅଫିସର୍ ସମସ୍ତଙ୍କ ଉପରେ ୫-ଟି ଛାଟ ବାଜିଛି । ଆଉ ସେମାନଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି । ଏମିତି ଆଉ ଏକ ଉଦାହରଣ ହେଉଛି କୋରାପୁଟରେ ଜଣେ ଲାଞ୍ଚୁଆ ଅଧିକାରୀଙ୍କୁ ୫-ଟି ଛାଟ ପଡ଼ିଥିଲା । କୋରାପୁଟ ଜିଲ୍ଲା ନନ୍ଦପୁରର ସିଡିପିଓ ସ୍ନିଗ୍ଧାରାଣୀ ମିଶ୍ର ପଡ଼ିଥିଲେ ଜାଲରେ । ତାଙ୍କୁ ମଧ୍ୟ ବାଧ୍ୟତାମୂଳକ ଅବସର ଦିଆଯାଇଥିଲା । ଏକ ବକେୟା ବିଲ୍ କରିବାକୁ ୧ ଲକ୍ଷ ୭୦ ହଜାର ଲାଞ୍ଚ ମାଗି ଭିଜିଲାନ୍ସ ହାତରେ ଧରା ପଡିଥିଲେ ସିଡିପିଓ ସ୍ନିଗ୍ଧାରାଣୀ ମିଶ୍ର ।

ପରେ ଘଟଣାର ତଦନ୍ତ କରି ତାଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଛି । ଭାରତୀୟ ଗଣତନ୍ତ୍ର ବ୍ୟବସ୍ଥାରେ ଓଡ଼ିଶା ସରକାର ଆରମ୍ଭ କରିଥିବା ୫-ଟି କାର୍ଯ୍ୟକ୍ରମର ପ୍ରଭାବକୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା । ସବୁ ଅଧିକାରୀ ଲୋକଙ୍କ ପାଖରେ ଉତ୍ତରଦାୟୀ ରହିବେ । ଖାଲି ସେତିକି ନୁହେଁ ଲୋକଙ୍କ କାମକୁ ନିର୍ଦ୍ଧାରିତ ସମୟରେ ସାରିବାର ପ୍ରତିଶ୍ରୁତି ଦେଇଥିବା ଓଡ଼ିଶା ସରକାର ଏହାର ଖିଲାପକାରୀଙ୍କ ବିରୋଧରେ ଯେ, ଏତେ କଠୋର ହୋଇପାରନ୍ତି ତାର ପ୍ରମାଣ ମଧ୍ୟ ମିଳିଛି ।

କାମରେ ଅବହେଳା କିମ୍ବା ଦୁର୍ନୀତିର ଗନ୍ଧ ଆସିଲେ ବ୍ଲକ୍ ଓ ଜିଲ୍ଲାସ୍ତରର ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହୋଇଛି । ଠିକ୍ ସେମିତି ଦୁର୍ନୀତି ଓ ଅପରାଗତା ହଟାଇବା ସଂକଳ୍ପରେ ଥିବା ରାଜ୍ୟ ସରକାର ପୂର୍ବରୂ ୯ ଜଣ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି । ବର୍ଷକ ମଧ୍ୟରେ ୧୦୦ରୁ ଅଧିକ ଜଣଙ୍କୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି ରାଜ୍ୟ ସରକାର । ଦୁର୍ନୀତି ଓ ଅପାରଗ ଅଧିକାରୀଙ୍କ ବିରୁଦ୍ଧରେ ରାଜ୍ୟ ସରକାରଙ୍କର କଠୋର ଆଭିମୁଖ୍ୟ ଜାରି ରହିଛି । ଖଣି ବିଭାଗର ଜଣେ ଉପନିର୍ଦ୍ଦେଶକ ଓ ଶ୍ରମ ବିଭାଗର ଯୁଗ୍ମ କମିଶନରଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି ।

Leave A Reply

Your email address will not be published.