ପି.ଏମ୍‌-କିଷାନ ଯୋଜନା ପୂରଣ କଲା ଦୁଇବର୍ଷ

161

-ଆମ ଚାଷୀମାନଙ୍କ ଦୃଢ଼ତା ଓ ଆବେଗ ଉତ୍ସାହଜନକ-ପ୍ରଧାନମନ୍ତ୍ରୀ
-ସରକାରଙ୍କ ଦ୍ୱାରା ଏମ.ଏସ.ପି.ରେ ଐତିହାସିକ ବୃଦ୍ଧି-ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: କୃଷକମାନଙ୍କ ଜୀବନରେ ସମୃଦ୍ଧି ଓ ଗୌରବ ଆଣିବା ଲକ୍ଷ୍ୟ ନେଇ ଆରମ୍ଭ କରାଯାଇଥିବା ପି.ଏମ.-କିଷାନ ଯୋଜନାକୁ ଆଜି ଦୁଇବର୍ଷ ପୂରଣ ହୋଇଛି ।

ଗୋଟେ ପରେ ଗୋଟ ଟୁଇଟ୍ ଜରିଆରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେଦୁଇବର୍ଷ ପୂର୍ବେ ଆଜିର ଏହି ଦିନରେ ଦେଶକୁ ଅନ୍ନ ଯୋଗାଇ ଆସୁଥିବା ଆମର କଠିନ ପରିଶ୍ରମୀ ଚାଷୀ ଭାଇମାନଙ୍କ  ଜୀବନରେ ସମୃଦ୍ଧି ଓ ଗୌରବ ଆଣିବା ଲକ୍ଷ୍ୟ ନେଇ ପି.ଏମ-କିଷାନ ଯୋଜନା ଆରମ୍ଭ କରାଯାଇଥିଲା । ଆମ କୃଷକମାନଙ୍କ ଦୃଢତା ଏବଂ ଆବେଗ ଖୁବ୍ ଉତ୍ସାହଜନକ ।

କୃଷି କ୍ଷେତ୍ରରେ ପରିବର୍ତ୍ତନ  ଆଣିବା ପାଇଁ ଗତ ସାତବର୍ଷ ମଧ୍ୟରେ ସରକାର ଅନେକ ପଦକ୍ଷେପମାନ ନେଇଛନ୍ତି । ଉନ୍ନତ ଜଳସେଚନଠାରୁ ଆରମ୍ଭ କରି ଅଧିକ ବୈଷୟିକ ଜ୍ଞାନଅଧିକ ଋଣ ଓ ବଜାର ଉପଲବ୍ଧତା ସହ ଉପଯୁକ୍ତ ଶସ୍ୟବୀମାଦଲାଲଙ୍କୁ ହଟାଇବା ପାଇଁ ମୃତ୍ତିକା ସ୍ୱାସ୍ଥ୍ୟ ଉପରେ ଗୁରୁତ୍ୱ ଭଳି ସବୁ ପଦକ୍ଷେପ ନିଆଯାଇଛି ।

ଏକ ଐତିହାସିକ ଏମ.ଏସ.ପି. ବୃଦ୍ଧି କରିବାର ଶ୍ରେୟ ଆମ ସରକାରକୁ ଯାଉଛି । ଚାଷୀମାନଙ୍କ ଆୟ ଦ୍ୱିଗୁଣିତ କରିବା ପାଇଁ ଆମେ ଯଥାସମ୍ଭବ ପଦକ୍ଷେପ ନେଉଛୁ । କୃଷକମାନଙ୍କ ନିମନ୍ତେ କରାଯାଉଥିବା କାର୍ଯ୍ୟ ସମ୍ପର୍କରେ ଆପଣ ନାମୋ ଆପ୍‌ରେ ଆଖି ବୁଲାଇ ଆଣିଲେ ସବିଶେଷ ତଥ୍ୟ ପାଇପାରିବେ ।

Leave A Reply

Your email address will not be published.