ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ରାଜ୍ୟ କାଂକେର ଜିଲ୍ଲାର ବିଭିନ୍ନ ମାଓ ପ୍ରବଣ ଅଞ୍ଚଳରେ କସକୋଣ୍ଡା ଏରିଆ କମିଟି ଓ ଉତ୍ତର ବସ୍ତର ଡିଭିଜନ ପକ୍ଷରୁ ପୋଷ୍ଟର ଓ ବ୍ୟାନର ଲଗାଯାଇଥିବା ଦେଖିବାକୁ ମିଳିଛି । ଉକ୍ତ ପୋଷ୍ଟର ଓ ବ୍ୟାନରରେ ମାଓ ସଂଗଠନ ମହିଳା ଦିବସ ଉପଲକ୍ଷେ ମହିଳାଙ୍କ ଉପରେ ହେଉଥିବା ଅପରାଧ ବିରୋଧରେ ସ୍ୱର ଉତ୍ତୋଳନ କରିବାକୁ ଲେଖା ଯାଇଥିବାବେଳେ ଗତ କିଛିଦିନ ତଳେ ଆମବେଡା ଜଙ୍ଗଲରେ ଯବାନଙ୍କୁ ଟାର୍ଗେଟ୍ କରି ଲ୍ୟାଣ୍ଡ ମାଇନ ଖଞ୍ଜୁ ଥିବା ବେଳେ ବିସ୍ଫୋରଣରେ ଉତ୍ତର ବସ୍ତର ଡିଭିଜନ କମିଟି ପ୍ରବକ୍ତା କମ୍ରେଡ ସହଦେଵ ମୃତ୍ୟୁ ବରଣ କରିଥିଲେ । ସହଦେଵଙ୍କୁ ସହିଦର ଆଖ୍ୟା ଦେଇଛି ମାଓ ସଂଗଠନ ।
Sign in
Sign in
Recover your password.
A password will be e-mailed to you.