ଆରଏସପି ଠିକା ଶ୍ରମିକଙ୍କ ଶବ ୧୫ ଦିନ ଧରି ପଡିରହିଛି: ଆନ୍ଦୋଳନ ଲାଗି ବାହାରିଥିବା ଶ୍ରମିକ ସଂଗଠନକୁ ଅନୁମତି ଦେଲାନି ପୁଲିସ

159

ରାଉରକେଲା:  ରାଉରକେଲା ଇସ୍ପାତ କାରଖାନାରେ କାମ କରୁଥିବା ଠିକା ଶ୍ରମିକ ରାଇସନ ମାରାଣ୍ଡି  ଇସ୍ପାତ କାରଖାନା ଭିତରେ ଦୁର୍ଘଟଣା ଗ୍ରସ୍ତ ହୋଇ ଅକାଳ ବିୟୋଗର ଶୀକାର ହେବା ପରେ ତାଙ୍କୁ କୌଣସି ନ୍ୟାୟ ନମିଳିବାରୁ ତାଙ୍କ ପରିବାର ଲୋକେ ଶବ ନେଉନଥିବାକୁ ୧୫ ଦିନ ପୁରିଲା,ମର୍ଗ ହାଉସରେ ସେମିତି ଶବ ପଡି ରହିଛି ।

ସେପଟେ ଏହି ମାମଲାର ସମାଧାନ ଦାବି କରି ଆଜି ଆନ୍ଦୋଳନ କରିବାକୁ ବାହାରିଥିବା ରାଉରକେଲା ଇସ୍ପାତ କର୍ମଚାରୀ ସଂଘକୁ ପ୍ଲାଟଂ ସାଇଟ ପୁଲିସ କୋଭିଡ ଲାଗି ରାଲି ,ବିକ୍ଷୋଭ ଆଦି କରିବାକୁ ଅନୁମତି ନଦେବାରୁ ଶ୍ରମିକ ସଙ୍ଗଠନର ଆନ୍ଦୋଳନ ବନ୍ଦ ରହିଥିବା ବିଷୟ ଏହାର ସଂପାଦକ ରମେଶ ସାହୁ କହିଛନ୍ତି । ତେବେ ଏଠି ପ୍ରଶ୍ନ ଉଠୁଛି ସହର ସାରା ପ୍ରତିଦିନ ବିକ୍ଷୋଭ,ଧାରଣା ଲାଗି ରହିଛି । ଆଜି ଅପରାହ୍ନ ୫ଟାରେ ସିଆଟିୟୁ ପକ୍ଷରୁ ବିଶ୍ରା ଛକ ଠାରେ ବିକ୍ଷୋଭ ହେବାକୁ ଥିବା ବେଳେ ଯୁବ କଂଗ୍ରେସ ପକ୍ଷରୁ ମଧ୍ୟ ବିକ୍ଷୋଭ ଲାଗି ବ୍ୟବସ୍ତା ହୋଇଛି ।

ସେପଟେ ଆଉ ଏକ ଶ୍ରମିକ ସଂଗଠନ ଗୋଲଘର ପାଖରେ ୪ଦି ଧରି ଧାରଣାରେ ବସିଛନ୍ତି ,ଏସବୁ ଯାଗାକୁ କରୋନା ଯାଉନି କିମ୍ବା ସରକାରଙ୍କ କରୋନା ନିୟମ ଯାଉନି ,କେବଳ ଆରଏସପି କୁ ନେଇ ଜଣେ ଆଦିବାସି ଠିକାଶ୍ରମିକର ମୃତ୍ୟୁ ମାମଲାରେ ନ୍ୟାୟ ଦାବି କରି ଆନ୍ଦୋଳନକୁ ଓହ୍ଲାଇବାକୁ ଯାଉଥିବା ଶ୍ରମିକ ସଙ୍ଗଠନ ଭିତରେ କରୋନା ପଶିଜିବାର ସମ୍ଭାବନା ଓ ସରକାରୀ ନିୟମକୁ ଲାଗୁ କରିବାକୁ ପୁଲିସି କ ୁକେମିତି ଦେଖା ଗଲା ବୋଲି ଶ୍ରମିକ ମହଲରେ ପ୍ରଶ୍ନ ହେଉଛି ।

ତେବେ କରୋନା ନୁହେଁ ଏହା ଏକ ଷଡଯନ୍ତ୍ର ବୋଲି ଶ୍ରମିକ ସଙ୍ଗଠନ ପକ୍ଷରୁ ଅଭିଯୋଗ କରାଯାଇଥିବା ବେଳେ,ଆରଏସପିରୁ ଘର ଖଣ୍ଡେ ଖଣ୍ଡେ ଲାଖା ପାଇ ଓ ନାନା ସୁବିଧା ସୁଯୋଗ ନେଉଥିବା କିଛି ବ୍ୟକ୍ତିଙ୍କର ଏହା ଷଡଯନ୍ତ୍ର ବୋଲି ଆଲୋଚନା ଚାଲିଛି । ନିକଟରେ ୪ଜଣ ଠିକା ଶ୍ରମିକ ମୃତ୍ୟୁ ମୁଖକୁ ଚାଲିଜିବା ପରେ ସେହି ମାମଲାରେ ମଧ୍ୟ ପୁଲିସ କେବଳ ଏକ ମାମଲା କରି ଚୁପ ହୋ ବସିଥିବା ବେଳେ ଏହି ମାମଲାରେ ମଧ୍ୟ ଏକ ମାମଲା କରି ପୁଲିସ ତାର କାମ ସାରିଦେଇଛି ବୋଲି କୁହାଯାଉଛି ।

ସେ ପଟେ ୪ଜଣ ଶ୍ରମିକଙ୍କ ମୃତ୍ୟୁ ମାମଲାରେ ରାଜ୍ୟ ସରକାରଙ୍କ ଫାକ୍ଟ୍ରୀ ଓ ବୟଲର ବିଭାଗ ବର୍ତମାନ ଯାଏ ମାମଲା ରୁଜୁ କରି ନାହିଁ । ଆନ୍ୟାଯାଗାରେ ଏଭଳି ଦୁର୍ଘଟଣାରେ ତୁରନ୍ତ ମାଲିକ ଓ କାରଖାନାର ମୁଖ୍ୟ ମାନଙ୍କୁ ପୁଲିସ ଗିରଫ କରୁଥିବା ବେଳେ ରାଉରକେଲା ଇସ୍ପାତ କାରଖାନା ମାମଲାରେ ପୁଲିସି କାହିଁକି ନିରବ ରହୁଛି ତାର ତଦନ୍ତ ପୁଲିସ ମୁଖିଆ କରିବା ସହ ସରକାରଙ୍କ ଆମ ପୁଲିସ ବ୍ୟବସ୍ତା ସଠିକ ଦିଗରେ କାମ କରୁଛି ବୋଲି ତାହାର ପ୍ରମାଣ ଦେବା ଉଚିତ ବୋଲି ମତ ପ୍ରକାଶ ପାଇଛି । ସେପଟେ ଆଦିବାସି ବହୁଳ,ଆଦିବାସି ମାନେ ବାରି ଭଲ ବୋଲି ତଂଟି ଫଟାଇ ସବୁ ବେଳେ ଭାଷଣ ମାରୁଥିବା କିଛି ନେତାଙ୍କ ନିରବତା ସେମାନଙ୍କ ଆରଏସପି ପ୍ରୀତିର ପ୍ରମାଣ ଦେଉଛି ବୋଲି ସାଧାରଣରେ ଆଲୋଚନା ଚାଲିଛି । ତେବେ ଆଜି ଏହି ମାମଲାକୁ ନେଇ ରାଉରକେଲାର ପ୍ରଶାସନିକ ମହଲରେ ଆଲୋଚନା ଆରମ୍ଭ ହୋଇଥିବାର ଖବର ମିଳିଛି ।

Leave A Reply

Your email address will not be published.