ନିଶାଗ୍ରସ୍ତ ଅବସ୍ଥାରେ ଦୁଇ ସହକର୍ମୀଙ୍କୁ ମାଡ଼ ମାରିଥିବା ଅଭିଯୋଗ : ଅଭିଯୁକ୍ତ ୱାର୍ଡ଼ର ନିଲମ୍ବିତ

154
ସମ୍ବଲପୁର: ସମ୍ବଲପୁର ସର୍କଲ୍ ଜେଲ୍ ରେ ଦୁଇ ସହକର୍ମୀଙ୍କୁ ୱାର୍ଡ଼ରଙ୍କ ଆକ୍ରମଣ ଘଟଣାରେ ଅଭିଯୁକ୍ତ ୱାର୍ଡ଼ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଘଟଣାରେ ଅଭିଯୁକ୍ତ ୱାର୍ଡ଼ର ଅଶୋକ ଥାର୍ଟିଙ୍କୁ ଆଜି କାର୍ଯ୍ୟରୁ ନିଲମ୍ବନ କରିଛନ୍ତି ଜେଲ୍ ଅଧିକ୍ଷକ ।
ଗତକାଲି ସେ ନିଶାଗ୍ରସ୍ତ ଅବସ୍ଥାରେ ଦୁଇ ସହକର୍ମୀଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା । ବଚସା ପରେ ନିଶାସକ୍ତ ୱାର୍ଡ଼ର ସେମାନଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା । ଜେଲ୍ କର୍ତୃପକ୍ଷଙ୍କ ପକ୍ଷରୁ ଏନେଇ ଧନୁପାଲି ଥାନାରେ ଲିଖିତ ଅଭିଯୋଗ ପରେ ୱାର୍ଡ଼ର ଅଶୋକଙ୍କୁ ପୋଲିସ ଅଟକ ରଖି ଘଟଣା ସମ୍ପର୍କରେ ପଚରା ଉଚୁରା ଜାରୀ ରଖିଛି ।
Leave A Reply

Your email address will not be published.