କଟକଣା ମଧ୍ୟରେ ହେବ ଲିଙ୍ଗରାଜଙ୍କ ଜାଗର ଯାତ୍ରା

150
ଭୁବନେଶ୍ୱର: ଚଳିତବର୍ଷ କୋଭିଡ୍ ଗାଇଡ ଲାଇନ୍ ମଧ୍ୟରେ ଭୁବନେଶ୍ୱରସ୍ଥ ଲିଙ୍ଗରାଜ ମହାପ୍ରଭୁଙ୍କ ପ୍ରସିଦ୍ଧ ଜାଗର ଯାତ୍ରା କରିବାକୁ ସ୍ଥିର ହୋଇଛି । ମହାଶିବରାତ୍ରୀରେ ୬୦ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କ ବ୍ୟକ୍ତି ଓ ୧୦ ବର୍ଷରୁ କମ୍ ବୟସର ପିଲାଙ୍କୁ ମନ୍ଦିର ଭିତରେ ପ୍ରବେଶ ଉପରେ କଟକଣା ରଖାଯାଇଛି । ଭକ୍ତମାନଙ୍କୁ ମନ୍ଦିର ଗର୍ଭଗୃହ ମଧ୍ୟକୁ ପ୍ରବେଶ ଉପରେ କଟକଣା ରହିବ । କେବଳ ଆଡ଼କାଠରେ ରହି ଦର୍ଶନ କରିହେବ । ସମ୍ପୂର୍ଣ୍ଣ ବ୍ୟାରିକେଡ୍ ଭିତରେ ନିୟମ ଅନୁସାରେ ଭକ୍ତ ଦର୍ଶନ କରିବେ । ଶ୍ରଦ୍ଧାଳୁଙ୍କ ପାଇଁ ଛାଇ ଓ ପିଇବା ପାଣିର ବ୍ୟବସ୍ଥା କରାଯିବ । ବୋଲି ଭୁବନେଶ୍ୱର ମହାନଗର ନିଗମ(ବିଏମସି) କମିଶନର ପ୍ରେମ ଚନ୍ଦ୍ର ଚୌଧୁରୀଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏହି ନିଷ୍ପତି ନିଆଯାଇଛି ।
ନିଷ୍ପତି ଅନୁଯାୟୀ ମନ୍ଦିର ଭିତରେ ପ୍ରବେଶ ପୂର୍ବରୁ ଶ୍ରଦ୍ଧାଳୁଙ୍କର ସ୍କ୍ରିନିଂ କରାଯିବ । ଯେଉଁମାନଙ୍କଠାରେ କରୋନା ଲକ୍ଷଣ ଦେଖାଯିବ ସେମାନଙ୍କର ଆଂଟିଜେନ୍ ଟେଷ୍ଟ କରାଯିବ ବୋଲି ବିଏମ୍‌ସି କମିଶନର କହିଛନ୍ତି ।
Leave A Reply

Your email address will not be published.