ଭୁବନେଶ୍ୱର: ରାଜ୍ୟରେ ବାଲେଶ୍ୱର ସଦର ଓ ତିର୍ତ୍ତୋଲରେ ଉପନିର୍ବାଚନ ଶେଷ ହେବା ପରେ ଇଭିଏମ୍ ଓ ଭିଭିପ୍ୟାଟ୍ ଗୁଡିକୁ କଡ଼ା ସୁରକ୍ଷା ବଳୟ ଭିତରେ ଷ୍ଟ୍ରଙ୍ଗ ରୁମ୍ରେ ରଖାଯାଇଛି। ଉଭୟ ଆସନର ମୋଟ୍ ୧୫ ପ୍ରାର୍ଥୀଙ୍କ ଭାଗ୍ୟ ସିଲ୍ ହୋଇଛି ଇଭିଏମ୍ରେ। ଗତକାଲି ବାଲେଶ୍ୱର ଖ୍ରିଷ୍ଟିଆନ ହାଇସ୍କୁଲ ପରିସରରେ ପୋଲିଂ ପାର୍ଟି ସେମାନଙ୍କର ଇଭିଏମ୍ଙ୍କୁ ହସ୍ତାନ୍ତର କରିଥିଲେ। ରାତି ୧୦ଟା ସୁଦ୍ଧା ସମସ୍ତ ଇଭିଏମ୍ ଓ ଭିଭିପାଟ୍ ରିସିଭିଙ୍ଗ ସେଣ୍ଟରରେ ପହଞ୍ଚିଥିଲା। ପରେ ଏଗୁଡିକୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଥିବା ଷ୍ଟ୍ରଙ୍ଗରୁମ୍ରେ ତ୍ରିସ୍ତରୀୟ ସୁରକ୍ଷା ବଳୟରେ ରଖାଯାଇଛି। କୋଭିଡ୍ କଟକଣା ଭିତରେ ଦୁଇ ସିଟ୍ ତିର୍ତ୍ତୋଲ ଓ ବାଲେଶ୍ୱର ସଦରରେ ମତଦାନ ହୋଇଥିଲା ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସୂଚନା ଅନୁଯାୟୀ ସଂଧ୍ୟା ୬ଟା ସୁଦ୍ଧା ତିର୍ତ୍ତୋଲ୍ରେ ୬୯ ଦଶମିକ ୯ ଏବଂ ବାଲେଶ୍ୱରରେ ୭୧ ପ୍ରତିଶତ ମତଦାନ ହୋଇଥିଲା।
Sign in
Sign in
Recover your password.
A password will be e-mailed to you.