ବାଲିଗୁଡା: କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ଥାନା ଡବେରି ଗ୍ରାମ ଠାରେ ଦାରିଙ୍ଗବାଡି ପୋଲିସ ପକ୍ଷରୁ ପାଟ୍ରୋଲିଂ କରୁଥିବା ସମୟରେ ୨୪ କେଜି ୬୦୦ ଗ୍ରାମ ଗଞ୍ଜେଇ ସହ ଜଣକୁ ଗିରଫ କରାଯାଇଥିବା ଦାରିଙ୍ଗବାଡି ଥାନା ଅଧିକାରୀ କୌଶିକ ମାଝୀ ସୂଚନା ପ୍ରଦାନ କରିଛନ୍ତି । ଗିରଫ ବ୍ୟକ୍ତି ଜଣକ ହେଲେ ଗଂଜାମ ଜିଲ୍ଲା ବଡ଼ଗଡ ଥାନା ଅନ୍ତର୍ଗତ ହରିପୁର ଗ୍ରାମର ଟୁନା ସ୍ୱାଇଁ । ପୋଲିସର ସୂଚନା ମୁତାବକ ଟୁନା ସ୍ୱାଇଁ ଏକ ଇଣ୍ଡିଗୋ କାର ନଂ.OR-14N-0175 ରେ ନୂଆଗାଁ ଅଂଚଳରୁ ଗଞ୍ଜେଇ ଧରି ଗଞ୍ଜାମ ଅଂଚଳକୁ ଯାଉଥିବା ସମୟରେ ଦାରିଙ୍ଗବାଡି ପୋଲିସ କୌଣସି ସୂତ୍ରରୁ ଖବରପାଇ ଥାନା ଅଧିକାରୀ କୌଶିକ ମାଝୀଙ୍କ ନିର୍ଦ୍ଦେଶକ୍ରମେ ଏସଆଇ ସୌମ୍ୟରଞ୍ଜନ ଜେନାଙ୍କ ସମେତ ପୋଲିସ ସଦଳେବଳେ ଯାଇ ଗଞ୍ଜେଇ ଗାଡିକୁ ଡବେରୀ ଗ୍ରାମ ନିକଟରେ ଧରିଥିଲେ । ଏଥିସହିତ ଗଞ୍ଜେଇ ନେଉଥିବା ଟୁନା ସ୍ୱାଇଁକୁ ମଧ୍ୟ ପୋଲିସ ଗିରଫ କରିଥିଲା । ଏନେଇ ପୋଲିସ ମାମଲା ନଂ ୪୩/୨୧ ରୁଜୁକରି ଏନଡିପିଏସ ଆକ୍ଟ ଅନୁଯାୟୀ ଟୁନାସ୍ୱାଇଁକୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ଏହି ମାମଲାର ତଦନ୍ତ ଏସଆଇ ସୌମ୍ୟକାନ୍ତ ପଣ୍ଡା କରୁଥିବା ଜଣାପଡ଼ିଛି ।
Sign in
Sign in
Recover your password.
A password will be e-mailed to you.