ରାଉରକେଲା: ରାଉରକେଲା ପୋଲିସ ଜିଲ୍ଲା ବ୍ରାହ୍ମଣୀତରଙ୍ଗ ଥାନା ଅନ୍ତର୍ଗତ ବଡ଼ାକୁଳ ନିକଟରେ ବାହାର ରାଜ୍ୟରୁ ଆସୁଥିବା ବିପୁଳ ପରିମାଣର ବିଦେଶୀ ମଦକୁ ପୋଲିସ ଜବତ କରିଛି । ଘଟଣାରେ ତିନି ଜଣଙ୍କୁ ଗିରଫ କରାଯାଇଛି । କୌଣସି ସୂତ୍ରରୁ ଖବର ପାଇ ପୋଲିସ ପକ୍ଷରୁ ସେଠାରେ ଚଢ଼ଉ ବେଳେ ବିପୁଳ ପରିମାଣର ବିଦେଶୀ ମଦ ଜବତ ହୋଇଥିଲା ।
ଏଠାରେ ଉଲ୍ଲେଖଯୋଗ୍ୟ ବ୍ରାହ୍ମଣୀତରଙ୍ଗ ଠାରୁ ସୁନ୍ଦରଗଡ଼ ମଧ୍ୟରେ ରାସ୍ତା ପାଶ୍ୱର୍ରେ ଅନେକ ଢ଼ାବା ରହିଥିବାରୁ ସେଗୁଡିକୁ ନିୟମିତ ଏହିଭଳି ବାହାର ରାଜ୍ୟର ଚୋରାମଦ ଚାଲାଣ ହୋଇଥାଏ । ତେବେ ସେଗୁଡିକୁ ବିଭିନ୍ନ ସମୟରେ ପୋଲିସ ଓ ଅବକାରୀ ବିଭାଗ ପକ୍ଷରୁ ଚଢ଼ଉ କରି ଜବତ କରାଯାଉଥିବା ବେଳେ ଏବେ ପୁଣି ଏତେ ପରିମାଣର ବିଦେଶୀ ମଦ ଏହିଭଳି କାରବାର ପାଇଁ ଅଣାଯାଇଥିଲା ବୋଲି ପୋଲିସର ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି ।