ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଚେତାବନୀ : ଆସିପାରେ କରୋନାର ତୃତୀୟ କିମ୍ବା ଚତୁର୍ଥ ଲହର

143

ନୂଆଦିଲ୍ଲୀ: କିଛିଦିନ ଧରି କରୋନା ସଂକ୍ରମଣ ହ୍ରାସ ପରେ ପୁଣି ଥରେ ସାରା ବିଶ୍ୱରେ ଏହାର ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ସାରା ବିଶ୍ୱରେ ଗତ ୨୪ ଘଣ୍ଟା ମଧ୍ୟରେ ତିନି ଲକ୍ଷରୁ ଅଧିକ ଲୋକ ସଂକ୍ରମିତ ହୋଇଛନ୍ତି । ଫଳରେ ସଂକ୍ରମଣ ସଂଖ୍ୟା ୧୧ କୋଟି ୭୦ ଲକ୍ଷରୁ ଅଧିକ ହୋଇଯାଇଛି । ଅନ୍ୟପକ୍ଷରେ ଆମେରିକାର ଜନ୍ ହପକିନ୍ସ ବିଶ୍ୱବିଦ୍ୟାଳୟର ତଥ୍ୟ ଅନୁଯାୟୀ ବର୍ତ୍ତମାନ ସୁଦ୍ଧା ବିଶ୍ୱରେ ୨୬ ଲକ୍ଷରୁ ଅଧିକ ଲୋକ ଏହି ରୋଗରେ ପ୍ରାଣ ହରାଇଛନ୍ତି । ଏହି ସମୟରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଚେତାବନୀ ଦେଇଛି ଯେ, କରୋନାର ତୃତୀୟ କିମ୍ବା ଚତୁର୍ଥ ଲହରର ବିପଦ ଥାଇପାରେ । ତେଣୁ କରୋନା ସଂକ୍ରମଣ ବ୍ୟାପକତାକୁ ରୋକିବା ପାଇଁ ସମସ୍ତ ଦେଶ ଉଦ୍ୟମ ଜାରି ରଖିବା ଉଚିତ । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମୁଖ୍ୟ ଟେଡ୍ରୋସ ଆଧାନମ ଘେବ୍ରିସସ କହିଛନ୍ତି ଆମେ ବିଶ୍ୱାସ କରୁ ଯେ, କରୋନା ସହ ଜଡିତ କଟକଣାକୁ ପାଳନ କରି ଲୋକମାନେ ବିରକ୍ତ ହୋଇଗଲେଣି । କିନ୍ତୁ ମହାମାରୀ ସମାପ୍ତ ହୋଇଛି ବୋଲି ବୁଝିବା ଆମର ସବୁଠାରୁ ବଡ ଭୁଲ ହେବ ।

କରୋନା ମୃତ୍ୟୁହାର ହ୍ରାସର ଉଦାହରଣ ଦେଇ ସେ ଏହା କହିଛନ୍ତି । ବ୍ରାଜିଲର ପରିସ୍ଥିତିକୁ ନେଇ ଟେଡ୍ରୋସ୍ ଆଧାନମ୍ ବିଶେଷ ଚିନ୍ତା ପ୍ରକଟ କରିଛନ୍ତି । ପ୍ରକୃତରେ ସେଠାରେ ରାଷ୍ଟ୍ରପତି ଜାୟର ବୋଲସନାରୋ କରୋନା ସମ୍ବନ୍ଧୀୟ କଟକଣା ଆବଶ୍ୟକ ବୋଲି କହିଛନ୍ତି । ଟେଡ୍ରୋସ୍ ଆଧନାମ୍ କହିଛନ୍ତି ଯେ, ବିଶ୍ୱର ଅଧିକାଂଶ ଦେଶରେ ସଂକ୍ରମଣ କ୍ରମାଗତ ଭାବେ ହ୍ରାସ ପାଉଥିବାବେଳେ ବ୍ରାଜିଲର ପରିସ୍ଥିତିରେ କୌଣସି ଉନ୍ନତି ହୋଇନାହିଁ । ସେ କହିଛନ୍ତି ଯେ ଆମେ ଭାବୁଛୁ ବ୍ରାଜିଲ ସରକାର ଏହାକୁ ଗୁରୁତର ସହ ନେବା ଉଚିତ । ବାସ୍ତବରେ ବ୍ରାଜିଲରେ ଏପର୍ଯ୍ୟନ୍ତ ୧ କୋଟି ୯ଲକ୍ଷରୁ ଅଧିକ ଲୋକ କରୋନା ସଂକ୍ରମିତ ହୋଇଥିବା ବେଳେ ଦୁଇ ଲକ୍ଷ ୬୪ ହଜାରରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି ଏବଂ ଏହି ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଛି । ଟେଡ୍ରୋସ୍ ଆଧାନମ୍ କହିଛନ୍ତି ଯେ ବ୍ରାଜିଲକୁ କିଛି କଠୋର ପଦକ୍ଷେପ ନେବାକୁ ପଡିବ ଯାହା ଦ୍ୱାରା କରୋନା ସଂକ୍ରମଣ ଏହାର ସୀମା ଅତିକ୍ରମ କରିବ ନାହିଁ ।

ବିଶ୍ୱରେ କରୋନା ମହାମାରୀ ଦ୍ୱାରା ଆମେରିକା, ଭାରତ, ବ୍ରାଜିଲ ଏବଂ ଋଷ ଅଧିକ ପ୍ରଭାବିତ ହୋଇଛନ୍ତି । ଅବଶ୍ୟ ଏହି ସମସ୍ତ ଦେଶରେ ଲୋକଙ୍କୁ ବ୍ୟାପକ କରୋନା ଟିକା ଦିଆଯାଉଛି । ବ୍ଲୁମବର୍ଗ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ବର୍ତ୍ତମାନ ସୁଦ୍ଧା ବିଶ୍ୱର ୨୯.୨କୋଟି ଲୋକଙ୍କୁ ଟିକା ଦିଆଯାଇଛି । ତେବେ ଏହି ମହାମାରୀ ଏତେ ଶୀଘ୍ର ଶେଷ ହେବ ନାହିଁ । ସମ୍ପ୍ରତି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଚେତାବନୀ ଦେଇ କହିଛି ଯେ, ଚଳିତବର୍ଷ ଶେଷ ସୁଦ୍ଧା ମହାମାରୀ ଦୂର ହେବ ବୋଲି ଭାବିବା ଠିକ୍‌ ନୁହେଁ । ସଂଗଠନର ବରିଷ୍ଠ ଅଧିକାରୀ ମାଇକେଲ ରେୟାନ୍ କହିଥିଲେ ଯେ, ଯଦି ଆମେ ଅଧିକ ଚତୁରତାର ସହିତ କାର୍ଯ୍ୟ କରୁ ତେବେ ଆମେ ଏହାକୁ ଶେଷ କରିପାରିବା ।

Leave A Reply

Your email address will not be published.