୪ ଦିନ ବନ୍ଦ ରହିବ ବ୍ୟାଙ୍କ!

179

ଭୁବନେଶ୍ୱର: ଚଳିତ ସପ୍ତାହରେ ୪ ଦିନ ବନ୍ଦ ରହିପାରେ ବ୍ୟାଙ୍କ । ମାର୍ଚ୍ଚ ୧୫ (ସୋମବାର) ଓ ୧୬ ତାରିଖ ମଙ୍ଗଳବାର ୨ ଦିନିଆ ସର୍ବଭାରତୀୟ ବ୍ୟାଙ୍କ ଧର୍ମଘଟ ଡାକରା ଦେଇଛି ଅଲ୍ ଇଣ୍ଡିଆ ବ୍ୟାଙ୍କ ଅଫିସର୍ସ କନଫେଡେରେସନ । ଏନେଇ ସୂଚନା ଦେଇଛନ୍ତି ଏଆଇବିଓସିର ଓଡ଼ିଶା ୟୁନିଟ୍ ସଭାପତି ଦାମୋଦର ନନ୍ଦ । ଏହି ଦୁଇ ଦିନ ଧର୍ମଘଟ ଯୋଗୁ ଅଧିକାଂଶ ପବ୍ଲିକ ସେକ୍ଟର ବ୍ୟାଙ୍କ ଓ ଘରୋଇ ବ୍ୟାଙ୍କ ବନ୍ଦ ରହିବ । ସେହିପରି ଚଳିତ ସପ୍ତାହର ଦ୍ୱିତୀୟ ଶନିବାର ୧୩ ତାରିଖ ଓ ରବିବାର ୧୪ ତାରିଖ ଛୁଟି ଥିବାରୁ ବ୍ୟାଙ୍କ ବନ୍ଦ ରହିବ । ମୋଟ୍ ଉପରେ ଚଳିତ ସପ୍ତାହରେ ୪ ଦିନ ବ୍ୟାଙ୍କ ଛୁଟି ରହିବ । ବ୍ୟାଙ୍କ ଘରୋଇକରଣ ନିଷ୍ପତ୍ତିକୁ ବିରୋଧ କରି ଏହି ଧର୍ମଘଟ ଡାକରା ଦିଆଯାଇଛି । ଧର୍ମଘଟରେ ସାମିଲ ରାଜ୍ୟର ୫୫୦୦ ବ୍ୟାଙ୍କର ୩୦ ହଜାର କର୍ମଚାରୀ ସାମିଲ୍ ହେବେ । ସୂଚନାଯୋଗ୍ୟ, ଚଳିତ ବଜେଟ୍ରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨ଟି ପବ୍ଲିକ୍ ସେକ୍ଟର ବ୍ୟାଙ୍କ ଓ ଗୋଟିଏ ବୀମା କମ୍ପାନୀକୁ ଘରୋଇକରଣ କରିବାକୁ ନିଷ୍ପତ୍ତି ନେଇଥିଲେ । ଯାହାକୁ ବ୍ୟାଙ୍କ କର୍ମଚାରୀମାନେ ବିରୋଧ କରୁଛନ୍ତି । ସରକାରଙ୍କ ଏପରି ନିଷ୍ପତ୍ତିକୁ ବିରୋଧ କରି ବ୍ୟାଙ୍କ କର୍ମଚାରୀମାନେ ଧର୍ମଘଟ କରିବାକୁ ରାସ୍ତାକୁ ଓହ୍ଲାଇଛନ୍ତି ।

Leave A Reply

Your email address will not be published.