କୋଭିଡ଼୍ କଟକଣାରେ ବୁଢ଼ୀ ଠାକୁରାଣୀ ଯାତ୍ରା ପାଳନ ନେଇ ମିଳିଲା ପ୍ରଶାସନିକ ଅନୁମତି

129

ଗଞ୍ଜାମ: ଓଡ଼ିଶା ପ୍ରସିଦ୍ଧ ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ବୁଢ଼ୀ ଠାକୁରାଣୀ ଯାତ୍ରା ପ୍ରତି ଦୁଇ ବର୍ଷରେ ଥରେ ଅନୁଷ୍ଠିତ ହୋଇଥାଏ । କୋଭିଡ଼୍ କଟକଣାକୁ ନେଇ ଚଳିତ ବର୍ଷ ଏହି ଯାତ୍ରା ପାଇଁ ପ୍ରଶାସନ ଅନୁମତି ମିଳିବା ନେଇ ଅନିଶ୍ଚିତତା ଲାଗି ରହିଥିଲା । ତେବେ ଆଜି ବ୍ରହ୍ମପୁର ମହାନଗର ନିଗମ (ବିଏମସି) କାର୍ଯ୍ୟାଳରେ ଜିଲ୍ଲା ପ୍ରଶାସନ ସ୍ଥାନୀୟ ଜନସାଧାରଣ ଏବଂ ଯାତ୍ରା କମିଟିର କର୍ମକର୍ତାଙ୍କୁ ନେଇ ଆଲୋଚନା କରାଯାଇଥିଲା । ଏଥିରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଯାତ୍ରା ପାଇଁ ଅନୁମତି ପ୍ରଦାନ କରିବାକୁ ନିଷ୍ପତି ଗ୍ରହଣ କରାଯାଇଛି । କିନ୍ତୁ, ଯାତ୍ରା ସମୟ ୨୧ ଦିନ ବା ତଦୁର୍ଦ୍ଧ୍ୱ ନକରି କମ୍ ଦିନ ମଧ୍ୟରେ ଯାତ୍ରା ଶେଷ କରିବାକୁ ନିର୍ଦ୍ଦେଶ ରହିଛି ।

Leave A Reply

Your email address will not be published.